ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ

୯ ଆଇପିଏସ୍‌ଙ୍କୁ ପଦୋନ୍ନତି

Cyber Cops

ଭୁବନେଶ୍ୱର : ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ଅଫିସରସ୍ତରରେ ଏକ ଅଦଳବଦଳ କରିଛନ୍ତି। ଏଥିସହିତ ଢେଙ୍କାନାଳ ଏସ୍‌ପିଙ୍କର ବଦଳି କରିଦିଆଯାଇଥିଲେ ହେଁ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦେଇନାହାନ୍ତି। ଆଜି ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତ ଫାଇଲରେ ଦସ୍ତଖତ ମାରିବା ପରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ତେବେ କେନ୍ଦ୍ରୀୟ ଡେପୁଟେସନରୁ ବିବାଦୀୟ ସ୍ଥିତିରେ ଫେରିଥିବା ଆଇପିଏସ୍ ଅଫିସର ହିଂମାଶୁ ଲାଲ ଏବଂ ସତ୍ୟଜିତ ନାୟକଙ୍କୁ କୌଣସି ନିଯୁକ୍ତି ମିଳିନାହିଁ।

ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଆଇପିଏସ୍‌ ଅରୁଣ ରାୟଙ୍କୁ ଏଡିଜି କମ୍ୟୁନିକେସନ୍ ଭାବେ ନିଯୁକ୍ତି ଦିଆଯାଇଛି। ଏହି ପଦବିରେ ଥିବା ଆଇପିଏସ୍ ଲଳିତ ଦାସ ଏବେ ଏଡିଜି ମୁଖ୍ୟାଳୟ ଦାୟିତ୍ବରେ ରହିବେ। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଆଇପିଏସ୍ ଯଶବନ୍ତ କୁମାର ଜେଠଵାଙ୍କୁ ଏଡିଜି ଆଇନଶୃଙ୍ଖଳା ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି। ପୁଲିସ ମୁଖ୍ୟାଳୟ ଏଡିଜି ଥିବା ଆଇପିଏସ୍ ବିନୟତୋଷ ମିଶ୍ରଙ୍କୁ ଷ୍ଟେଟ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ନିର୍ଦେଶକ ଭାବେ ବଦଳି କରାଯାଇଛି। ପୁଲିସ କମିସନରେଟ୍‌ରେ ଅତିରିକ୍ତ ପୁଲିସ କମିସନର ଭାବେ କାର୍ଯ୍ୟ କରୁଥିବା ଆଇପିଏସ୍ ସଂଜୟ କୁମାର ସିଂହଙ୍କୁ ଆଇଜି ଆଧୁନିକୀକରଣ ଓ ଏହି ଦାୟିତ୍ବରେ ଆଇପିଏସ୍ ଆଇଜି ରେଖା ଲୋହାନୀଙ୍କୁ ପୁଲିସ କମିସନରେଟ୍‌କୁ ଶ୍ରୀ ସିଂହଙ୍କ ସ୍ଥାନକୁ ବଦଳି କରାଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ରିତୁ ଆରୋରାଙ୍କୁ ଗୃହ ବିଭାଗରେ ଓଏସ୍‌ଡି ଭାବେ ଓ ଆଇପିଏସ୍ ରାଜେଶ କୁମାରଙ୍କୁ ଫରେନ୍‌ସିକ୍ ସାଇନ୍‌ସ ଲାବରେଟୋରିର ନୂଆ ଦାୟିତ୍ବ ମିଳିଛି। ଢେଙ୍କାନାଳ ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ଆଇପିଏସ୍‌ ଅନୁପମା ଜେମ୍‌ସଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe