ବଦଳିଲେ ବାଲେଶ୍ବର ଏସ୍‌ପି; ଆଜି ଅବସର ନେବେ ସୁନୀଲ ରଏ, ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଅତିରିକ୍ତ ଦାୟିତ୍ବ

Advertisment
ବଦଳିଲେ ବାଲେଶ୍ବର ଏସ୍‌ପି; ଆଜି ଅବସର ନେବେ ସୁନୀଲ ରଏ, ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଅତିରିକ୍ତ ଦାୟିତ୍ବ

atyajitmohantyips.blogspot.com

ଭୁବନେଶ୍ବର : ଆଇପିଏସ୍ ସ୍ତରରେ ଆଜି ରାଜ୍ୟ ସରକାର ଛୋଟଧରଣର ଅଦଳବଦଳ କରିଛନ୍ତି। ବାଲେଶ୍ବର ଏସ୍‌ପି ଯୁଗଳ କିଶୋର କୁମାର ବାନୋଥଙ୍କୁ କଟକ ମୁଖ୍ୟାଳୟ ଏସ୍‌ପି ଭାବେ ବଦଳି କରାଯାଇଥିବାବେଳେ କ୍ରାଇମବ୍ରାଞ୍ଚ୍‌ ଏସ୍‌ପି ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଲେଶ୍ବର ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଆସନ୍ତାକାଲି(ରବିବାର) ୧୯୮୭ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା ଅଗ୍ନିଶମ ଡିଜି ସୁନୀଲ ରଏ ଚାକିରିରୁ ଅବସର ନେଉଥିବାରୁ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଡିଜି, ହୋମଗାର୍ଡର କମାଣ୍ଡାଣ୍ଟ ଜେନେରାଲ ଓ ସିଭିଲ ଡିଫେନ୍ସର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe