ଆଇପିଏସ୍‌ ସ୍ତରରେ ଅଦଳବଦଳ: ସତ୍ୟଜିତ ମହାନ୍ତି ଟୁଇନ୍‌ ସିଟି ପୁଲିସ କମିସନର

Advertisment
ଖୋର୍ଦ୍ଧା : ଏସଆଇଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଭାରତୀୟ ପୁଲିସ ସେବା (ଆଇପିଏସ୍‌) ଅଧିକାରୀ  ସ୍ତରରେ ଶନିବାର ବ୍ୟାପକ ଅଦଳବଦଳ ହୋଇଛି। ବରିଷ୍ଠ ଆଇପିଏସ୍‌ ଅଫିସର ସତ୍ୟଜିତ ମହାନ୍ତିଙ୍କୁ ଭୁବନେଶ୍ୱର-କଟକ କମିସନରେଟ୍‌ ପୁଲିସର କମିସନର ପଦବିରେ ନିଯୁକ୍ତି ମିଳିଛି। ଆଇପିଏସ୍‌ ଶ୍ରୀ ମହାନ୍ତିଙ୍କୁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କ ସ୍ଥାନରେ ନିଯୁକ୍ତି ମିଳିଛି। ପୂର୍ବରୁ ଶ୍ରୀ ମହାନ୍ତି ଅତିରିକ୍ତ ପୁଲିସ ଡିଜି(ପ୍ରୋଭିଜନିଂ) ପଦରେ ନିଯୁକ୍ତ ଥିଲେ। ଶ୍ରୀ ଖୁରାନିଆଙ୍କୁ ଅତିରିକ୍ତ ପୁଲିସ ଡିଜି(ପ୍ରୋଭିଜନିଂ) ପଦ ମିଳିଛି।

ବରିଷ୍ଠ ଆଇପିଏସ୍‌ ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିସନର ଦାୟିତ୍ୱ ମିଳିଛି। ସେହିଭଳି ଅମିତାଭ ଠାକୁରଙ୍କୁ ସ୍ପେଶାଲ ଆର୍ମଡ ପୁଲିସର ଅତିରିକ୍ତ ଦାୟିତ୍ୱ ମିଳିଛି। ଭଦ୍ରକ ଏସ୍‌ପି ବାତୁଲା ଗଙ୍ଗାରଧଙ୍କୁ କଳାହାଣ୍ଡି ଏସ୍‌ପି ଭାବରେ ବଦଳି ହୋଇଛି। କ୍ରାଇମବ୍ରାଞ୍ଚ ଏସ୍‌ପି ଭାବରେ ଏମ୍‌ ସନ୍ଦୀପ ଦାୟିତ୍ୱ ଗ୍ରହଣ କରିବେ। ଓଡ଼ିଶା ପୁଲିସ ସେବାର ବରିଷ୍ଠ ଅଧିକାରୀ ଦେବୀପ୍ରସାଦ ଦାଶଙ୍କୁ ସୋନପୁର ଏସ୍‌ପି ଭାବେ ନିଯୁକ୍ତି ମିଳିଥିବା ବେଳେ ଶଶୀଭୂଷଣ ଶତପଥୀ(ଓପିଏସ୍‌)ଙ୍କୁ ନୟାଗଡ଼ ଏସ୍‌ପି ପଦରେ ନିଯୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe