ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ: ପିନାକ ମିଶ୍ର କଟକ ଓ ପ୍ରତୀକ ସିଂ ଭୁବନେଶ୍ବର ଡିସିପି

ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ: ପିନାକ ମିଶ୍ର କଟକ ଓ ପ୍ରତୀକ ସିଂ ଭୁବନେଶ୍ବର ଡିସିପି

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏହି କ୍ରମରେ କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ବଦଳି ହୋଇଛି। କଟକରେ ନୂଆ ଡିସିପି ଭାବେ ପିନାକ ମିଶ୍ରଙ୍କୁ ନିଯୁକ୍ତି ମିଳିଥିବା ବେଳେ ଭୁବନେଶ୍ୱରରେ ଡିସିପି ଭାବେ ପ୍ରତୀକ ସିଂଙ୍କୁ ନୂୂଆ ଦାୟିତ୍ବ ମିଳିଛି। ଉମାଶଙ୍କର ଦାଶଙ୍କୁ ଟ୍ୱିନ୍‌ସିଟିର ଅତିରିକ୍ତ ପୁଲିସ କମିସନର ଭାବେ ନିଯୁକ୍ତି ମିଳିଛି।

ମନୋଜ କୁମାର ଛାବ୍ରାଙ୍କୁ ଜେଲ୍ ବିଭାଗ ଡିଜି ଓ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ଫାୟାର ସର୍ଭିସ ଦାୟିତ୍ୱ ମିଳିଛି। ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ଭାବେ ସଞ୍ଜୀବ କୁମାର ପଣ୍ଡାଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ଅରୁଣ ବୋଥ୍ରା  କ୍ରାଇମବ୍ରାଞ୍ଚ ଏଡିଜି ହୋଇଛନ୍ତି। ସତୀଶ କୁମାର ଗଜଭିୟେଙ୍କୁ ଆଇଜିପି କମ୍ୟୁନିକେସନ ପଦରେ ଅବସ୍ଥାପିତ କରାଯାଇଥିବା ବେଳେ ସଫିନ ଅହମ୍ମଦ କେ. ଆଇଜିପି ଏଚଆାରପିିସି ହୋଇଛନ୍ତି।

ନବରଂଗପୁରର ଏସ୍‌ପି ପରମାର ସ୍ମିଥ୍‌ଙ୍କୁ ବରଗଡ଼ ବଦଳି ହୋଇଥିବା ବେଳେ ଏଠାରେ ଅବସ୍ଥାପିତ ଥିବା ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ବଦଳି ହୋଇଛି। କଳାହାଣ୍ଡି ଏସ୍‌ପି ଶ୍ରବଣା ବିବେକଙ୍କୁ ବ୍ରହ୍ମପୁର ବଦଳି ହୋଇଛି। ନୟାଗଡ଼ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା ବଦଳି ହୋଇଛି। ଅଲେଖ ପହିଙ୍କୁ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଭାବେ ବଦଳି ହୋଇଛି। ଟ୍ରାଫିକ୍‌ ଡିସିପି ଏସ୍‌ ସୁଶ୍ରୀଙ୍କୁ ନବରଙ୍ଗପୁର ଏସ୍‌ପି ଭାବରେ ବଦଳି ହୋଇଥିବା ବେଳେ ନାର୍କୋଟିକ୍ସ ଏସ୍‌ପି ଅଭିଳାଷ ଜି’ଙ୍କୁ କଳାହାଣ୍ଡି ଏସ୍‌ପି ଭାବେ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe