ଲୁହାପଥର ଚୋରି ଘଟଣା:ବ୍ୟବହୃତ ଜେସିବି ଜବତ, ତଦନ୍ତ ଜାରି

Advertisment
ଲୁହାପଥର ଚୋରି ଘଟଣା:ବ୍ୟବହୃତ ଜେସିବି ଜବତ, ତଦନ୍ତ ଜାରି

you tube

କବାଟବନ୍ଧ: ଜେନାପୁର ଥାନା ଅନ୍ତର୍ଗତ ଚକ୍ରଧରପୁର ପଞ୍ଚାୟତ ଅନ୍ତର୍ଗତ ନୂଆସାହି ଜଙ୍ଗଲରୁ ଚୋରା ଲୁହାପଥର ଜବତ ଘଟଣାର ମାଷ୍ଟର ମାଇଣ୍ତ  ଧାନମଣ୍ତଳ(ବଡ଼ଚଣା)ର ଶେଖ୍ ମନାନକୁ ଏସ୍‌ପିଙ୍କ ସ୍ବତନ୍ତ୍ର ସ୍କ୍ବାଡ୍‌ ଗିରଫ କରିଥିଲା। ଆଜି ଜେନାପୁର ଥାନା ପୁଲିସ ଶେଖ୍ ମନାନକୁ କୋର୍ଟ ଚାଲାଣ କରିଛି। ଏହି କାରବାରରେ ବ୍ୟବହୃତ ଏକ ଜେସିବିକୁ ମଧ୍ୟ ଜେନାପୁର ଥାନା ପୁଲିସ ଆଜି ଜବତ କରି କାଗଜପତ୍ର ଅନୁସନ୍ଧାନ କରୁଛି।

ପ୍ରକାଶ ଥାଉକି ଧାନମଣ୍ଡଳରେ ଚାଲିଥିବା ଚୋରା ଖଣିଜ ସାମଗ୍ରୀର ଡିପୋର ମାଷ୍ଟର ମାଇଣ୍ଡ ଶେଖ୍ ମନାନ ଜେନାପୁର ଥାନା ଅଞ୍ଚଳର ୪/୫ ଜଣ ଯୁବକଙ୍କ ସହଯୋଗରେ ଏହି  ଚୋରା କାରବାର ଦୀର୍ଘଦିନ ହେଲା ଚଳାଇଥିଲା।  ଖଣି ମାଫିଆମାନେ କିଛି ଦିନ ହେଲାଣି ସ୍ଥାନ ପରିବର୍ତନ କରି ଚକ୍ରଧରପୁର ପଞ୍ଚାୟତ ନୂଆସାହି ଜଙ୍ଗଲରେ ଲୁହାପଥର ଚୋରା କାରବାର ଚଳାଇଥିଲେ। ଏହି ରାକେଟ୍‌ ସମ୍ପୃକ୍ତ ଅନ୍ୟମାନେ ଫେରାର ଅଛନ୍ତି। ଗିରଫ ଶେଖ ମନାନର ସହଯୋଗୀମାନେ ମୋବାଇଲ ସୁଇଜ୍ ଅଫ କରିଥିବା କୁହାଯାଉଛି।

ଏସ୍‌ପିଙ୍କ ସ୍ବତନ୍ତ୍ର ସ୍କ୍ବାଡ୍‌ ଏହି ଚୋରା କାରବାର ସଂପର୍କରେ ସୂଚନା ପାଇବା ପରେ ୬ତାରିଖରେ ନୂଆସାହି ଜଙ୍ଗଲରୁ ପ୍ରାୟ ୭୦ ଟନ୍ ରୁ  ଅଧିକ ଚୋରା ଲୁହାପଥର ଜବତ କରି ଜେନାପୁର ପୁଲିସ ଜିମା ଦେଇଥିଲେ। ଜେନାପୁର ପୁଲିସ ଏ ସମ୍ପର୍କରେ କେସ ନମ୍ବର ୮୮/୨୨ରେ ଏକ ମାମଲା ରୁଜୁ କରିବା ସହ ମାଷ୍ଟର ମାଇଣ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତା ନିକଟରୁ ଅଧିକା କିଛି ତଥ୍ୟ ହାସଲ କରିଥିବାର ଜଣାଯାଇଛି। ଯାହା ଫଳରେ ଅନ୍ୟ ଅଭିଯୁକ୍ତ ମାନଙ୍କ ପାଖରେ ପହଞ୍ଚିବାକୁ ପୁଲିସକୁ ସହଜ ହୋଇପାରେ। ଟିପରରେ ଦୈତାରୀ ବଳିପର୍ବତରୁ ଏହି ଉଚ୍ଚମାନର ଲୁହାପଥର ଆସୁଥିବାର ପ୍ରାରମ୍ଭିକ ସୂଚନା ମିଳିଛି । ଟିପର ଚାଳକ ଓ ମାଲିକକୁ ହାତକରି ମାଫିଆମାନେ ଏହି ଚୋରା କାରବାର ଚଳାଇଛନ୍ତି। ପାରାଦ୍ବୀପ ତଥା ଗୋପାଳପୁର ଅନ୍‌ଲୋଡିଂ ପଏଣ୍ଟରେ ମଧ୍ୟ ମାଫିଆଙ୍କର ହାତ ରହିଛି। ବେଳେବେଳେ ପୁରା ଟ୍ରିପ୍ ଲୁହାପଥର  ଏଠାରେ ଅନଲୋଡ୍ କରିଦେଇ ସେଠାରେ ଧରାଧରି କରି ଚାଲାଣ ପାସ କରିଦିଅନ୍ତି ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି।  ଜେନାପୁର ପୁଲିସ ଏହି ଚୋରା କାରବାରର ପର୍ଦାଫାସ କେବେ କରୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe