ଦର ଧାର୍ଯ୍ୟକୁ ନେଇ ଅଚଳାବସ୍ଥା: ୩ ବନ୍ଦରକୁ ଲୁହାପଥର ପରିବହନ ବନ୍ଦ

Advertisment
ଦିନକ ପରେ ଖୋଲିବ ଜିନ୍ଦଲ ଖଣି, ୫ ବର୍ଷ ପରେ ଖଣିକୁ ଫେରିବେ ୫୦ କର୍ମଚାରୀ ଓ ୧୫୦ ଶ୍ରମିକ

The Northern Miner

ଜଗତସିଂହପୁର : ଯେତେବେଳେ ଡିଜେଲ୍ ଦର ଲିଟର ପିଛା ୭୦ ଟଙ୍କା ଥିଲା, ‌ସେତେବେଳେ ଲୁହାପଥର ପରିବହନ ପାଇଁ ଟନ୍ ପିଛା ଦର ଥିଲା ୨୧ଶହ ଟଙ୍କା। ଏବେ ଡିଜେଲ ଲିଟର ପିଛା ଦର ୧୦୦ ଟଙ୍କାରେ ପହଞ୍ଚି ଥିବାବେଳେ ଲୁହାପଥର ଟନ୍ ପିଛା ଦର ଧାର୍ଯ୍ୟ ହୋଇଛି ୧୫ଶହ/୧୬ଶହ ଟଙ୍କା। କରୋନା କଟକଣା ଓ ଡିଜେଲ ଦର ‌ଆକାଶଛୁଆଁ ବୃଦ୍ଧି ସାଙ୍ଗକୁ ଏଭଳି ଅବାସ୍ତବ ନିଷ୍ପତ୍ତି ଯୋଗୁଁ ସଙ୍କଟରେ ପଡ଼ିଥିବା ଟ୍ରକ୍ ବ୍ୟବସାୟୀ ଆଜିଠାରୁ ରାଜ୍ୟର ତିନିଟି ବନ୍ଦରକୁ ମାଲ ପରିବହନ ବନ୍ଦ କରି ଦେଇଛନ୍ତି। ରାଜ୍ୟ ଟ୍ରକ୍ ମାଲିକ ସଂଘର ନିଷ୍ପତ୍ତି ମୁତାବକ ଆଜିଠାରୁ ପାରାଦୀପ, ଗୋପାଳପୁର ଓ ଭାଇଜାଗ୍ ଭଳି ତିନିଟି ବନ୍ଦରକୁ ମାଲ୍ ପରିବହନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିଛି। ଏହି ସମସ୍ୟାର ସମାଧାନ ନକଲେ ଆସନ୍ତା ୧୨ ତାରିଖରୁ ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନକୁ ମଧ୍ୟ ପରିବହନ ବନ୍ଦ କରି ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି।

ଆଜିର ନିଷ୍ପତ୍ତି ଅନୁଯାୟୀ ପାରାଦୀପ, ଗୋପାଳପୁର ଓ ଭାଇଜାଗ୍ ବନ୍ଦରକୁ କୌଣସି ଲୁହାପଥର ଭର୍ତ୍ତି ଟ୍ରକ୍ ଗଡ଼ିବନାହିଁ। ଯେଉଁ ଖଣିରୁ ଲୁଚାଛପାରେ ବନ୍ଦରକୁ ମାଲ୍ ବୋଝେଇ ଟ୍ରକ୍ ଆସୁଥିବା ଜଣାପଡ଼ିବ, ଉକ୍ତ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଂଘର ଏଭଳି ନିଷ୍ପତ୍ତି ପରେ ଲୁହାପଥର ପରିବହନ କ୍ଷେତ୍ରରେ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଏହାବ୍ୟତୀତ ଲୁହାପଥର ଆସୁଥିବା ସ୍ଥାନଗୁଡ଼ିକରେ ମଧ୍ୟ ପାତରଅନ୍ତର ନୀତି ଗ୍ରହଣ କରାଯାଉଥିବା ଅଭିଯୋଗ ହେଉଛି। କେନ୍ଦୁଝର ଓ ଯୋଡ଼ା ଅଞ୍ଚଳରେ ସ୍ଥାନୀୟ ମାଲିକମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଅନ୍ୟ ଜିଲ୍ଲ ଗୁଡ଼ିକର ଟ୍ରକ୍ ଗୁଡ଼ିକୁ ଠିକ୍ ଦର ଦିଆଯାଉନାହିଁ। ଟ୍ରେନ୍‌ ଯୋଗେ ଲୁହାପଥର ପରିବ‌ହନକୁ ଅନେକ ଏବେ ବିକଳ୍ପ ବ୍ୟବସ୍ଥା ଭାବେ ଗ୍ରହଣ କରୁଛନ୍ତି। ଏସବୁ ସମସ୍ୟା ସଂପର୍କରେ ଗତ ୪ ତାରିଖରେ ପାରାଦୀପରେ ମହାସଂଘ ସଭାପତି ବିଭୂତି ଭୂଷଣ ଦାସଙ୍କ ସଭାପତିତ୍ବରେ ବୈଠକ ବସି ପରିବହନ ଦର ଠିକ ଭାବେ ଧାର୍ଯ୍ୟ ନ ହେଲେ ଟ୍ରକ୍‌ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe