ଖେଳୁଥିବା ବେଳେ ପିଠିରେ ପଶିଗଲା ଲୁହାଛଡ଼: ବୁର୍ଲାରେ ବାହାର କରାଗଲା, ପିଲା ସୁସ୍ଥ ଥିବା ସୂଚନା

Advertisment
ଖେଳୁଥିବା ବେଳେ ପିଠିରେ ପଶିଗଲା ଲୁହାଛଡ଼: ବୁର୍ଲାରେ ବାହାର କରାଗଲା, ପିଲା ସୁସ୍ଥ ଥିବା ସୂଚନା

ବରଗଡ଼: ସାଙ୍ଗ ହୋଇ ଖେଳୁଥିବା ସମୟରେ ୯ ବର୍ଷର ପିଲା ଜୀବନ ପାତିକାରଙ୍କ ପିଠିରେ ଲୁହାରଡ଼ ପଶିଯାଇଥିଲା। ବୁର୍ଲା ଡାକ୍ତରଖାନାରେ ଲୁହାଛଡ଼କୁ ବାହାର କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ଭଟଲି ନିଳିମା ପାତିକାରଙ୍କ ପୁଅ ଜୀବନ ସ୍ଥାନୀୟ ପୋଖରୀହୁଡ଼ାରେ ପିଲାଙ୍କ ସହ ଖେଳୁଥିଲେ। ଲୁହାରଡ଼ ଫିଙ୍ଗାଫିଙ୍ଗି ହେଉଥିଲେ। ଏହିସମୟରେ ପ୍ରାୟ ୨ ଫୁଟ ଲମ୍ବର ଏକ ଲୁହାଛଡ଼ ଜୀବନଙ୍କ ପିଠିରେ ପଶିଯାଇଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସର୍ଜରୀ ବିଶେଷଜ୍ଞ ଡା. ସୁରେଶ ତ୍ରିପାଠୀ ପ୍ରାଥମିକ ଚିକିତ୍ସା କରିବା ପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେଠ‌ାରେ ସେହି ଲୁହାରଡ଼ଟିକୁ ବାହାର କରାଯାଇଛି। ପିଲାଟି ସୁସ୍ଥ ଥିବା ସର୍ଜରୀ ବିଭାଗ ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe