ମାଟ୍ରିକ୍ ପରୀକ୍ଷାରେ ଅନିୟମିତତା: ୬ ଶିକ୍ଷକ ନିଲମ୍ବିତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

Advertisment

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ରେ ମାଟ୍ରିକ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ୬ ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମୁରିବାହାଲ ବ୍ଲକ୍‌ ହଳଦୀ ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ପରୀକ୍ଷାକେନ୍ଦ୍ର ଅଧୀକ୍ଷକ ଉମେଶ ବିଶ୍ୱାଳ.....

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ରେ ମାଟ୍ରିକ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ୬ ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମୁରିବାହାଲ ବ୍ଲକ୍‌ ହଳଦୀ ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ପରୀକ୍ଷାକେନ୍ଦ୍ର ଅଧୀକ୍ଷକ ଉମେଶ ବିଶ୍ୱାଳ.....

ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ର ବି ଲିକ୍‌! ଅସ୍ବୀକାର କଲେ ବୋର୍ଡ କର୍ତ୍ତୃପକ୍ଷ

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ରେ ମାଟ୍ରିକ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ୬ ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମୁରିବାହାଲ ବ୍ଲକ୍‌ ହଳଦୀ ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ପରୀକ୍ଷାକେନ୍ଦ୍ର ଅଧୀକ୍ଷକ ଉମେଶ ବିଶ୍ୱାଳ, ସହକାରୀ ଶିକ୍ଷୟିତ୍ରୀ ବୈଜୟନ୍ତୀ ସୁବୁଦ୍ଧି, ପରୀକ୍ଷା ପରିଚାଳନା ପାଇଁ ଉକ୍ତ କେନ୍ଦ୍ରରେ ନିୟୋଜିତ ଯମୁନା ୟୁପି ସ୍କୁଲର ଶିକ୍ଷୟିତ୍ରୀ ଅଙ୍କିତା ପ୍ରଧାନ, ହଦହଦା ୟୁପି ସ୍କୁଲର ଶିକ୍ଷକ ମନୋଜ କୁମ୍ଭାର, ବାଙ୍କେଲ ୟୁପି ସ୍କୁଲର ଶିକ୍ଷକ କପିଳେଶ୍ୱର ବେହେରା ଓ ଯୁଗୀରତା ପିୟୁପିଏସ୍‌ର ଶିକ୍ଷକ ସୋମନାଥ ଧଳ ନିଲମ୍ବିତ ହୋଇଛନ୍ତି। ତେବେ ନିଲମ୍ବିତ ହୋଇଥିବା ୬ ଜଣ ଶିକ୍ଷକଙ୍କ ମଧ୍ୟରୁ ଯୁଗୀରତା ସ୍କୁଲର ଶିକ୍ଷକ ସୋମନାଥ ଧଳଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ଯୁଗୀରତା ସ୍କୁଲର ଛାତ୍ରଛାତ୍ରୀ ଗୁରୁବାର ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

ଖବର ପାଇ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀ, ମୁରିବାହାଲ ବିଇଓ ଶାନ୍ତନୁ ପଢ଼ିଆରୀ, କଣ୍ଟାବାଞ୍ଜି ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ହଳଦୀ ସମିତିସଭ୍ୟ ଟୁନାମଣି ମହାନନ୍ଦ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଜିଦ୍‌ରେ ଅଟଳ ରହିଥିଲେ। ଶେଷରେ ଅଭିଯୋଗ ଲିଖିତ ଭାବେ ଦେଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାରୋକରୁ ଓହରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe