Advertisment

ଧାନ ବିକ୍ରି ପଞ୍ଜୀକରଣରେ ଅନିୟମିତତା: ପ୍ୟାକ୍ସ ସମ୍ପାଦକ ନିଲମ୍ବିତ, ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ

Advertisment
ପଞ୍ଜୀକୃତ ହୋଇ ମଧ୍ୟ ଧାନ ବିକି ନାହାନ୍ତି ୧ ଲକ୍ଷ ୬୧ ହଜାର, ଚାଷୀ ଦୁର୍ଦଶା ଜାରି

Agriculture Post

ଧର୍ମଗଡ଼ : ଧର୍ମଗଡ଼ ବ୍ଲକ ଖଇରପଦର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣରେ ଅନିୟମିତତା ଅଭିଯୋଗରେ ପେକ୍ସ ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବହିଷ୍କୃତ କରାଯାଇଛି।

ବିଭାଗ ପକ୍ଷରୁ ମିଳିଥିବା ସୂଚନାମତେ, ଆଗାମୀ ଖରିଫ୍ ଋତୁରେ ଧାନ ବିକ୍ରି ପାଇଁ ବିଭିନ୍ନ ପ୍ୟାକ୍ସ ମାନଙ୍କରେ ଚାଷୀ ପଞ୍ଜୀକରଣ କରାଯାଇଥିଲା। ଗତ ଅଗଷ୍ଟ ୨୮ ତାରିଖ ଚାଷୀ ପଞ୍ଜୀକରଣର ଶେଷ ଦିବସ ରହିଥିଲା। ଖଇରପଦର ପ୍ୟାକ୍ସରେ କାର୍ଯ୍ୟରତ ସମ୍ପାଦକ ହରିଶଙ୍କର ବାଗ ଏବଂ ଡାଟା ଏଣ୍ଟ୍ରି ଅପରେଟର ଦିଗାମ୍ବର ପୁଞ୍ଜିଙ୍କ ଅବହେଳା ଯୋଗୁ ବହୁ ଚାଷୀ ଚାଷ ସମ୍ପର୍କିତ କାଗଜାତ ଦେଇଥିଲେ ହେଁ ସେମାନଙ୍କ ନାମ ପଞ୍ଜିକୃତ ହୋଇପାରି ନଥିଲା। ଖବରପାଇ ଧର୍ମଗଡ଼ ଏଆରସିଏସ୍‌ ସମ୍ପାଦକ ଏବଂ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅଫିସକୁ ଆସି ଡାକିଥିଲେ ମଧ୍ୟ ସେମାନେ ଧରାଛୁଆଁ ଦେଇ ନଥିଲେ। ଫଳରେ ୫୫ ଜଣ ଚାଷୀଙ୍କ ଡକ୍ୟୁମେଣ୍ଟ ଅପଲୋଡ ହୋଇ ପାରିନଥିଲା। ଏହି ଘଟଣା ପରେ ଡାଟାଏଣ୍ଟ୍ରି ଅପରେଟର ଦିଗାମ୍ବର ପୁଞ୍ଜିଙ୍କୁ ଏଆରସିଏସ୍‌ ଭିକାରୀ ଚରଣ ସେଠ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି। ସେହିପରି ଏଆରସିଏସଙ୍କ ରିପୋର୍ଟକୁ ଭିତ୍ତି କରି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ (ସିଇଓ) ପେକ୍ସ ସମ୍ପାଦକ ହରିଶଙ୍କର ବାଗଙ୍କୁ କର୍ଯ୍ୟରୁ ନିଲମ୍ବନ କରିଛନ୍ତି।

ସୂଚନା ଯୋଗ୍ୟ, ଖଇରପଦର ମଣ୍ଡିରେ ଆଗାମୀ ଖରିଫ୍ ଋତୁରେ ଧାନ ବିକ୍ରି ପାଇଁ ମୋଟ ୭୧୦ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ୫୫ ଜଣ ଚାଷୀଙ୍କ ନାମ ପଞ୍ଜିକୃତ ହୋଇପାରି ନାହିଁ। ତେବେ ବିଭାଗୀୟ କର୍ମଚାରୀଙ୍କ ଅବହେଳାରୁ ସେମାନଙ୍କ ନାମ ପଞ୍ଜିକୃତ ହୋଇ ପାରିନଥିବା ଚାଷୀ ଅଭିଯୋଗ କରି ଏନେଇ ବିଭାଗୀୟ ଅଧିକାରୀ ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe