କୃଷି ବିଭାଗର ଅଡିଟ୍‌ ରିପୋର୍ଟରେ ଅନିୟମିତତା: ଉପଯୋଗ ନହୋଇ ପଡ଼ିଛି ୧୧ କୋଟି, ୧୭ ଲକ୍ଷ ଖର୍ଚ୍ଚ ନେଇ ସନ୍ଦେହ

Advertisment
୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

ଭୁବନେଶ୍ବର : କୃଷି ବିଭାଗର ବିଭିନ୍ନ ଯୋଜନା ଅନ୍ତର୍ଗତରେ କରାଯାଇଥିବା ଖର୍ଚର ଚିତ୍ର କୃଷି ବିଭାଗ ପକ୍ଷରୁ କରାଯାଇଥିବା ଅଡିଟ ରିପୋର୍ଟରେ ଧରା ପଡ଼ିଛି। ଏ ସଂକ୍ରାନ୍ତରେ କୃଷି ନିର୍ଦେଶକ, ପଶୁ ପାଳନ ଏବଂ ପ୍ରାଣୀ ଚିକିତ୍ସା ନିର୍ଦେଶକଙ୍କୁ ଏହି ରିପୋର୍ଟ ଦେଇଛନ୍ତି କୃଷି ବିଭାଗର ଉପସଚିବ। ଏଥିରେ କଟକ ପଶୁ ପାଳନ, ଚିକିତ୍ସା ସେବାକୁ ଦିଆଯାଇଥିବା ୧୧ କୋଟି ଟଙ୍କା ଉପଯୋଗ ନ ହୋଇ ପଡ଼ିଥିବାବେଳେ ଭୁବନେଶ୍ବର କୃଷି ବିଭାଗକୁ ଦିଆଯାଇଥିବା ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ନେଇ ସନ୍ଦେହ କରାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ୨୦୦୮ ଏବଂ ୨୦୦୯ ମସିହାରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତରେ କଟକର କୁକୁଡ଼ା ଫାର୍ମ ପାଇଁ ୧୨ କୋଟି ଟଙ୍କା ଦିଆଯାଇଥିଲା। ଏଥିମଧ୍ୟରୁ ୧୧ କୋଟି ୬୦ ଲକ୍ଷ ୬୦ ହଜାର ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରାଯାଇନଥିଲା। ଟେଣ୍ଡର କାରଣ ଯୋଗୁଁ ଏହାର ଖର୍ଚ ହୋଇ ପାରିନଥିଲା। ଏପରିକି ଏ ସଂକ୍ରାନ୍ତରେ ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାରୁ ଏହା ଖର୍ଚ ହୋଇ ପାରିନଥିବା କୁହାଯାଉଛି। ସେହିପରି ୨୦୦୭ ମସିହାରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ ପ୍ରଶିକ୍ଷଣ ପ୍ରତିଷ୍ଠାନ ପାଇଁ ୬୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା, ଏଥିରୁ ୫୫ ଲକ୍ଷ ୯୭ ହଜାର ଟଙ୍କା ଖର୍ଚ ହୋଇଛି। ତେବେ ଏଥିରେ ହୋଇଥିବା ୩ ଲକ୍ଷ ୫୨ ହଜାର ଟଙ୍କା ଖର୍ଚ ନେଇ ସନ୍ଦେହ ରହିଛି। ସେହି ବର୍ଷ ଭିତ୍ତିଭୂମିର ବିକାଶ ପାଇଁ ୨.୦୭ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିରୁ ୧୪ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ ବୈଷୟିକ କମିଟିର ବିନା ଅନୁମୋଦନରେ ହୋଇଥିବା ନେଇ ଅଡିଟ ରିପୋର୍ଟରେ ଦର୍ଶାଯାଇଛି। ଅର୍ଥାତ ୧୭ ଲକ୍ଷ ଟଙ୍କା ଖର୍ଚକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe