ଦୁଇ ଦୁଇ ଜଣ ଡାକ୍ତରଙ୍କ ଦାୟିତ୍ବହୀନତା: ପେଟରେ ଟ୍ୟୁମର, ବର୍ଷେ ହେଲା ଚାଲିଥିଲା ଗର୍ଭଧାରଣର ଚିକିତ୍ସା

ଦୁଇ ଦୁଇ ଜଣ ଡାକ୍ତରଙ୍କ ଦାୟିତ୍ବହୀନତା: ପେଟରେ ଟ୍ୟୁମର, ବର୍ଷେ ହେଲା ଚାଲିଥିଲା ଗର୍ଭଧାରଣର ଚିକିତ୍ସା

Medical News Today

ଜଗତସିଂହପୁର : ପେଟରେ ଛୁଆ ନାହିଁ। ମାତ୍ର ଚିକିତ୍ସା ଚାଲିଥିଲା। ଦୁଇ ଦୁଇ ଜଣ ଡାକ୍ତର ବାରମ୍ବାର ଅଲଟ୍ରାସାଉଣ୍ଡ୍ କରିବା ସହ ଔଷଧ ଦେଇ ଚାଲିଥିଲେ। ଶେଷରେ ମହିଳା ଗର୍ଭବତୀ ନୁହଁ ବରଂ ତାଙ୍କର ଏକ ଟ୍ୟୁମର ଥିବା ଜଣାପଡ଼ିଛି। ଗର୍ଭବତୀ ହେବାର ଯନ୍ତ୍ରଣା ଓ ଚିକିତ୍ସା ଖର୍ଚ୍ଚ ବହନ କରି ଆସିଥିବା ଏରସମା ବାଲିତୁଠ ଅଞ୍ଚଳର ଏହି ମହିଳା ଶେଷକୁ ଟ୍ୟୁମର୍‌ ଅସ୍ତ୍ରୋପଚାର ପାଇଁ ମୁଣ୍ଡରେ ହାତଦେଇ ବସିଛନ୍ତି। ଡାକ୍ତରଙ୍କ ଏପରି ତ୍ରୁଟିପୂର୍ଣ୍ଣ ଚକିତ୍ସା ଯୋଗୁଁ ସେ କେବଳ ଶାରୀରିକ ନୁହଁ ମାନସିକ ଯନ୍ତଣା ଭୋଗି ଠକେଇର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି।

ଦୁଇ ଦୁଇ ଜଣ ଡାକ୍ତରଙ୍କ ପ୍ରତାରଣାପୂର୍ଣ୍ଣ ଚିକିତ୍ସାର ଶିକାର ହୋଇଥିବା ଏହି ମହିଳା ସୁସ୍ମିତା(ଛଦ୍ମନାମ) ଅଭିଯୋଗ କରିଛନ୍ତି ସେ ଗର୍ଭବତୀ ହେବାର ଲକ୍ଷଣ ଦେଖି ଗାଁର ଆଶାକର୍ମୀଙ୍କ ସହ ଯୋଗାଯୋଗ କରିଥିଲେ। ଆଶାକର୍ମୀ ତାଙ୍କୁ ଏରସମା ଡାକ୍ତରଖାନାରେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କହିଥିଲେ। ସ୍ବାମୀଙ୍କ ସହ ସୁପ୍ରଭା ଏରସମା ହସପିଟାଲରେ ଡାକ୍ତରଙ୍କୁ ଯୋଗାଯୋଗ କରିଥିଲେ। ଡାକ୍ତର ତାଙ୍କୁ ଅଲଟ୍ରାସାଉଣ୍ଡ୍ କରି ଆବଶ୍ୟକ ଔଷଧ ଦେଇଥିଲେ। ଏପଟେ ଗର୍ଭଧାରଣ କରିଥିବାରୁ ସୁସ୍ମିତା ବେଶ୍ ଖୁସି ଥିଲେ। ଏହାର ତିନି ମାସ ପରେ ପୁଣି ଥରେ ସେ ଡାକ୍ତରଙ୍କୁ ଯୋଗାଯୋଗ କରିଥିଲେ। ଏରସମାରେ ଅଲଟ୍ରାସାଉଣ୍ଡ୍ ବନ୍ଦ ଥିବାରୁ ତାଙ୍କୁ ଡାକ୍ତର ରାହାମାକୁ ପଠାଇଥିଲେ। ରାହାମାରେ ମଧ୍ୟ ସମାନ କଥା ଘଟିଲା। ଅଲଟ୍ରାସାଉଣ୍ଡ ପରେ ଡାକ୍ତର ଛୁଆ ଠିକ୍ ଅଛି ଓ ପୂର୍ବ ଡାକ୍ତରଙ୍କ ପରାମର୍ଶ ଥିବା ଔଷଧ ଜାରି ରଖିବାକୁ କହିଥିଲେ। ସମୟ ଗଡ଼ି ୯ମାସ ହେଲା। ପେଟରେ ପିଲା ବୁଲିବାର କୌଣସି ଲକ୍ଷଣ ନଦେଖି ସୁସ୍ମିତାଙ୍କର ସନ୍ଦେହ ବଢ଼ିଥିଲା। ଏହା ପରେ ମଧ୍ୟ ଆଶାକର୍ମୀ ଜଣକ ତାଙ୍କୁ ଜିଲ୍ଲା ମୁଖ୍ୟ ହସପିଟାଲ ଯିବାକୁ ପରାମର୍ଶ ଦେଇଥିଲେ।

ଏହାପରେ ସେ ଜଗତସିଂହପୁରରେ ଥିବା ଏକ ନର୍ସିଂହୋମକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେଠାରେ ରିପୋର୍ଟ ଦେଖିବା ପରେ ଡାକ୍ତର ସୁସ୍ମିତା ଗର୍ଭବତୀ ନୁହଁ ବରଂ ତାଙ୍କ ପେଟରେ ଟ୍ୟୁମର ଥିବା କହିଥିଲେ। ଡାକ୍ତରଙ୍କ ଠାରୁ ଏହା ଜାଣିବା ପରେ ସୁସ୍ମିତା ଓ ତାଙ୍କ ସ୍ବାମୀଙ୍କର ହୋସ୍ ଉଡ଼ି ଯାଇଥିଲା। ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ଦୁଇ ଦୁଇ ଜଣ ଡାକ୍ତର ଏତେ ଦାୟିତ୍ବହୀନ ଭାବେ ସୁସ୍ମିତାଙ୍କର କେମିତି ଚିକିତ୍ସା କରୁଥିଲେ? ବର୍ତ୍ତମାନ ସୁପ୍ରଭା ମାନସିକ ଭାବେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏମିତି ଏକ ଘଟଣାରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ସଭାନେତ୍ରୀ ‌ସ୍ନେହମୟୀ ଆଚାର୍ଯ୍ୟ ସୁପ୍ରଭାଙ୍କ ଜବୀନ ସହ ଖେଳିଥିବା ଏହି ଦୁଇ ଜଣ ଡାକ୍ତରଙ୍କ ବିରୋଧରେ ସେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe