ଅଗଷ୍ଟ ୧୫ରୁ ଓଡ଼ିଶାରେ ବନ୍ଦ ହୋଇଯିବ କି ମଦ ଦୋକାନ!

Advertisment
ଅଗଷ୍ଟ ୧୫ରୁ ଓଡ଼ିଶାରେ ବନ୍ଦ ହୋଇଯିବ କି ମଦ ଦୋକାନ!

ଭୁବନେଶ୍ୱର: ସ୍ୱାଧୀନତା ଦିବସରୁ ସାରା ରାଜ୍ୟରେ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ହୋଇଯିବ ବୋଲି ଗୋଟିଏ ପୋଷ୍ଟ ଭାଇରାଲ ହୋଇଥିଲା | ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏହି ପୋଷ୍ଟ ସତରେ କଣ କାର୍ଯ୍ୟକାରୀ ହେବ | ଏହି ପୋଷ୍ଟ ଭାଇରାଲ ହେବା ପରେ ଏବେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି | ବାସ୍ତବରେ ଏକ ଫଟୋ ଭାଇରାଲ ହୋଇଥିଲା ଯେ ନବନିର୍ବାଚିତ ମୋହନ ସରକାର ଆସନ୍ତା ସ୍ୱାଧୀନତା ଦିବସରୁ ସ୍ୱାଧୀନତା ଦିବସରୁ ସାରା ରାଜ୍ୟରେ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ କରିଦେବେ |


ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆଲୋଚନା ଜୋର ଧରିଥିଲା | ବିଶେଷ କରି ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡକୁ ଚିନ୍ତା ଘାରିଥିଲା ଯେ ଏବେ କଣ କରିବେ | ତେବେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି | ବିଭାଗ ପକ୍ଷରୁ କୁହାଯାଇଛି ଯେ, 'ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏହିଭଳି ଫେକ୍ ନ୍ୟୁଜ୍ ପ୍ରତି ସଚେତନ ରୁହନ୍ତୁ। ସବୁବେଳେ ସରକାରୀ ସୂତ୍ରରୁ ପ୍ରଦତ୍ତ ତଥ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ। ଏହିଭଳି ମିଥ୍ୟାଗୁଜବ ପ୍ରସାରଣରୁ ନିବୃତ୍ତ ରୁହନ୍ତୁ। ଏହା ବେଆଇନ ଅଟେ'।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe