Is 'Stoneman' back? ପୁଣି ଫେରିଲା କି ‘ଷ୍ଟୋନ୍‌ମ୍ୟାନ୍’? ମୁଣ୍ଡରେ ପଥର ଛେଚି ହତ୍ୟା, ୧୦ ବର୍ଷ ହେବ ନଦୀପଠାରେ ରହୁଥିଲେ ମୃତକ

Advertisment

୨୦୧୯ରେ କଟକ ସହର ରାସ୍ତାପାର୍ଶ୍ବରେ ଶୋଇଥିବା ଅବସ୍ଥାରେ ତିନିଜଣଙ୍କୁ ବୀଭତ୍ସ ହତ୍ୟା କରିଥିଲା ‘ଷ୍ଟୋନ୍‌ମ୍ୟାନ୍’। ଏବେ ସମାନ ଧରଣର ଘଟଣା ଖାନନଗର ରିଂବନ୍ଧ ପାର୍ଶ୍ବରେ ଘଟିଛି। ଦୁର୍ଗାମଣ୍ଡପ ନିକଟ କାଠଯୋଡ଼ି ପଠାରେ ଶନିବାର ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।

୨୦୧୯ରେ କଟକ ସହର ରାସ୍ତାପାର୍ଶ୍ବରେ ଶୋଇଥିବା ଅବସ୍ଥାରେ ତିନିଜଣଙ୍କୁ ବୀଭତ୍ସ ହତ୍ୟା କରିଥିଲା ‘ଷ୍ଟୋନ୍‌ମ୍ୟାନ୍’। ଏବେ ସମାନ ଧରଣର ଘଟଣା ଖାନନଗର ରିଂବନ୍ଧ ପାର୍ଶ୍ବରେ ଘଟିଛି। ଦୁର୍ଗାମଣ୍ଡପ ନିକଟ କାଠଯୋଡ଼ି ପଠାରେ ଶନିବାର ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।

hfsfhfxvbvvb

କଟକ: ୨୦୧୯ରେ କଟକ ସହର ରାସ୍ତାପାର୍ଶ୍ବରେ ଶୋଇଥିବା ଅବସ୍ଥାରେ ତିନିଜଣଙ୍କୁ ବୀଭତ୍ସ ହତ୍ୟା କରିଥିଲା ‘ଷ୍ଟୋନ୍‌ମ୍ୟାନ୍’। ଏବେ ସମାନ ଧରଣର ଘଟଣା ଖାନନଗର ରିଂବନ୍ଧ ପାର୍ଶ୍ବରେ ଘଟିଛି। ଦୁର୍ଗାମଣ୍ଡପ ନିକଟ କାଠଯୋଡ଼ି ପଠାରେ ଶନିବାର ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମାଛଦୋକାନରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ଅବସ୍ଥାରେ କଂକ୍ରିଟ ଓ ମାଙ୍କଡ଼ା ପଥର ଛେଚି ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ପୁରୀଘାଟ ଥାନା ହଜାରୀଲେନ୍‌ର ପପୁ ଓରଫ ପ୍ରକାଶ ଦାସ(୫୦)। ତାଙ୍କୁ ଝୁମ୍ପୁଡ଼ିଘର ଭିତରେ କେହି ଦୁର୍ବୃତ୍ତ ହତ୍ୟା କରିଛି। ବାଦାମବାଡ଼ି ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି।

Sundargarh Signing: କୃତଜ୍ଞତା ଜ୍ଞାପନ କଲେ ଆଗକୁ ବଢ଼ିପାରିବା: ସୌମ୍ୟ ରଂଜନ

ସୂଚନା ଅନୁଯାୟୀ, ହଜାରୀଲେନ୍‌ର ସ୍ବର୍ଗତ ବିଷ୍ଣୁଚରଣ ଦାସଙ୍କ ୫ ପୁଅ। ପପୁ ତିନିନମ୍ବର ପୁଅ। ସେ ବିବାହ କରିନାହାନ୍ତି। ଗତ ୧୦ବର୍ଷ ହେବ ସେ ଘରୁ ଚାଲିଆସି ବାହାରେ ରହୁଥିଲେ। ଖପୁରିଆ ନିକଟରେ ବିଭିନ୍ନ ମାଛ ଦୋକାନରେ ମାଛ କାଟିବା କାମ କରୁଥିଲେ। ଶନିବାର ରାତି ପ୍ରାୟ ୯ଟା ବେଳେ ସେ ଖାନ୍‌ନଗର ରାସ୍ତାରେ ବୁଲାବୁଲି କରୁଥିବା ସିସି କ୍ୟାମେରା ଫୁଟେଜ୍‌ରେ ପୁଲିସ ଦେଖିବାକୁ ପାଇଛି।  ଶନିବାର ରାତି ପ୍ରାୟ ୧୨ଟାରୁ ୪ଟା ଭିତରେ ମୁଣ୍ଡର ପଛଭାଗକୁ ପଥରରେ ଛେଚି ତାଙ୍କୁ ହତ୍ୟା କରାଯାଇଛି। ପପୁ କମ୍ବଳ ଘୋଡ଼ାଇ ହୋଇ ଶୋଇଥିବା ବେଳେ ଏଭଳି ହତ୍ୟାକାଣ୍ଡ ଘଟିଛି। ସକାଳୁ ସେହି ରାସ୍ତାରେ ସ୍ଥାନୀୟ ଲୋକେ ନଦୀପଠାକୁ ଯିବା ସମୟରେ ପପୁଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏକ ରକ୍ତ ଲଗା କଂକ୍ରିଟ ଓ ମାଙ୍କଡ଼ା ପଥର ପଡ଼ିଥିଲା। ବାଦାମବାଡ଼ି ଥାନା ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି। ରକ୍ତଲଗା ପଥର, ସେ ରହୁଥିବା ଜରିପାଲ ଘରେ ମାଛଧରା ଜାଲ, ତିନୋଟି ସୋଲ ପେଟି ଜବତ ହୋଇଛି।

Trump Threat Cuba: କ୍ୟୁବାକୁ ଟ୍ରମ୍ପଙ୍କ ଧମକ: ବିଳମ୍ବ ନକରି ଚୁକ୍ତି କର

ଗୋଟିଏ କମ୍ବଳ ସେ ଘୋଡ଼ାଇ ହୋଇଥିବା ବେଳେ ପାଖରେ ଆଉ ଦୁଇଟି କମ୍ବଳ ପଡ଼ିଥିଲା। ତାଙ୍କ କାନମୁଣ୍ଡ ଓ ମୁଣ୍ଡର ପଛଭାଗରେ ୫ଟି ସ୍ଥାନରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଛି। ଏ ନେଇ ମୃତ ପପୁଙ୍କ ପୁତୁରା ରାଜେଶ ଦାସ ବାଦାମବାଡ଼ି ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା(କେସ୍ ନଂ ୨୨) ବିଏନ୍‌ଏସ୍‌ର ଧାରା ୧୦୩(୧)ରେ ରୁଜୁ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପପୁ ନିଶା ସେବନ କରୁଥିବା କୁହାଯାଉଛି। ତାଙ୍କର କାହା ସହିତ ସେଭଳି ଶତ୍ରୁତା ନ ଥିବା ବେଳେ କିଏ ଓ କେଉଁ କାରଣ ପାଇଁ ଏଭଳି ହତ୍ୟାକାଣ୍ଡ ଘଟାଇଲା, ସେ ନେଇ ପୁଲିସ ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ ଯେ ୨୦୧୯ ଜୁଲାଇ ୨୩ ଓ ୨୪ରେ ମୁଣ୍ଡକୁ ସମାନ ଧରଣର ଛେଚି ଓ ଗଳା କାଟି ୩ଟି ସିରିଜ୍‌ ହତ୍ୟାକାଣ୍ଡ ଘଟାଇଥିଲା ‘ଷ୍ଟୋନ୍‌ମ୍ୟାନ୍’। ରାଣୀହାଟ କେନାଲ ନିକଟରେ ଗୋଧି କାଳିଆ ଓରଫ କୋଦଣ୍ତ ରାଉତ, ଓଏମ୍‌ପି ପାରଳା ମହାରାଜା ପାର୍କ ନିକଟରେ ପାଣ୍ଡା ଏବଂ ଓଏମ୍‌ପି ବ୍ରିଜ୍‌ ତଳେ ଶୋଇଥିବା ଜରି ଗୋଟାଳିଙ୍କୁ ହତ୍ୟା କରାଯାଇଥିଲା। ଏହି ସିରିଜ୍ ହତ୍ୟାକାଣ୍ଡରେ ସମ୍ପୃକ୍ତି ଦର୍ଶାଇ ମଙ୍ଗଳାବାଗ ଥାନା ପୁଲିସ ୨୦୧୯ ଅଗଷ୍ଟ ୧ରେ ନୟାଗଡ଼ ସୁନାମୁହିଁର ନାରାୟଣ ସାହୁକୁ ଗିରଫ କରିଥିଲା। ସେ ଜଣେ ମାନସିକ ରୋଗୀ ହୋଇଥିବା ବେଳେ ହତ୍ୟାକାଣ୍ଡ ସମୟରେ ସେ ଭୁବନେଶ୍ବର ଓ ନୟାଗଡ଼ରେ ଥିବା ପରେ ଜଣାପଡ଼ିଥିଲା। ତେଣୁ ଏହି ହତ୍ୟାକାଣ୍ଡ ପଛର ମାଷ୍ଟରମାଇଣ୍ଡ ଆଜି ବି ରହସ୍ୟରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe