ସଂରକ୍ଷଣ ନିୟମର ଉଲ୍ଲଂଘନ ସଂପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ତ?

Advertisment

ରାଜ୍ୟ ସରକାରୀ ଚାକିରିରେ ସାଧାରଣ ବର୍ଗର କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ନିୟମର ଖୋଲା ଉଲ୍ଲଂଘନ ହୋଇଛି। ଗୃହ ବିଭାଗରେ ୬୨ଜଣ ଡେସ୍କ ଅଫିସରଙ୍କୁ ଅନୁସଚିବ ପଦବିକୁ ପଦୋନ୍ନତି ବିଜ୍ଞପ୍ତି ପରେ ବିବାଦ ମୁଣ୍ଡ ଟେକିଛି।

ରାଜ୍ୟ ସରକାରୀ ଚାକିରିରେ ସାଧାରଣ ବର୍ଗର କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ନିୟମର ଖୋଲା ଉଲ୍ଲଂଘନ ହୋଇଛି। ଗୃହ ବିଭାଗରେ ୬୨ଜଣ ଡେସ୍କ ଅଫିସରଙ୍କୁ ଅନୁସଚିବ ପଦବିକୁ ପଦୋନ୍ନତି ବିଜ୍ଞପ୍ତି ପରେ ବିବାଦ ମୁଣ୍ଡ ଟେକିଛି।

CM Mohan Charan Majhi | Suryabanshi Suraj

ଭୁବନେଶ୍ବର: ରାଜ୍ୟ ସରକାରୀ ଚାକିରିରେ ସାଧାରଣ ବର୍ଗର କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ନିୟମର ଖୋଲା ଉଲ୍ଲଂଘନ ହୋଇଛି। ଗୃହ ବିଭାଗରେ ୬୨ଜଣ ଡେସ୍କ ଅଫିସରଙ୍କୁ ଅନୁସଚିବ ପଦବିକୁ ପଦୋନ୍ନତି ବିଜ୍ଞପ୍ତି ପରେ ବିବାଦ ମୁଣ୍ଡ ଟେକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ବିଭାଗର ଦାୟିତ୍ବରେ ରହିଛନ୍ତି। ଏଭଳି ସ୍ଥିତିରେ ଗୃହ ବିଭାଗରେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ନିୟମର ଉଲ୍ଲଂଘନ ସଂପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି କି ନାହିଁ ତାହାକୁ ନେଇ ଚାରିଆଡ଼ୁ ପ୍ରଶ୍ନ ଉଠିଲାଣି। 

୨୦୨୨ ମସିହାରେ ସୁପ୍ରିମକୋର୍ଟ ଜର୍ଣ୍ଣେଲ ସିଂହ ବନାମ ଲକ୍ଷ୍ମୀ ନାରାୟଣ ଗୁପ୍ତ ମାମଲାରେ ପଦୋନ୍ନତିରେ ସଂରକ୍ଷଣକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ। ଏହି ରାୟ ଆଧାରରେ ସଚିବାଳୟ ସେବାରେ ପଦୋନ୍ନତି କ୍ଷେତ୍ରରେ ଆଉ ସଂରକ୍ଷଣ ନିୟମ ଲାଗୁ ହେବା କଥା ନୁହେଁ। ମାତ୍ର ରାଜ୍ୟ ତଫସିଲଭୁକ୍ତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ଗତବର୍ଷ ମେ’ ୬ ତାରିଖରେ ପଦୋନ୍ନତି ସଂକ୍ରାନ୍ତୀୟ ଏକ ବିବାଦୀୟ ନିର୍ଦ୍ଦେଶାବଳୀ ପ୍ରକାଶିତ ହୋଇଥିଲା। ସରକାର ବଦଳିବା ପରେ ଜୁନ୍ ୧୩ରେ ତାହା ପ୍ରତ୍ୟାହୃତ ହୋଇଥିଲା। ହେଲେ ନୂଆ ସରକାର ଚଳିତବର୍ଷ ଫେବ୍ରୁଆରି ୨୭ରେ ଏହାକୁ ପୁନର୍ବାର ଲାଗୁ କରିଥିଲେ। ଯାହାକୁ ନେଇ ରାଜ୍ୟବ୍ୟାପୀ ସମସ୍ତ ସେବାରେ ପଦୋନ୍ନତି କ୍ଷେତ୍ରରେ ଜଟିଳ ପରିସ୍ଥିତି ଦେଖାଦେଇଛି। ନିର୍ମାଣ ବିଭାଗର ଯନ୍ତ୍ରୀ ସେବା, ସ୍ୱାସ୍ଥ୍ୟ ବିଭାଗରେ ସ୍ୱାସ୍ଥ୍ୟ କର୍ମୀ ସେବା, ରାଜସ୍ୱ ବିଭାଗର ଅମିନ ସେବା ପରି କେତେକ ସେବାର ପଦୋନ୍ନତି କ୍ଷେତ୍ରରେ ରାଜ୍ୟ ଉଚ୍ଚନ୍ୟାୟାଳୟ ରୋକ୍‌ ଲଗାଇଛନ୍ତି। 

ସାଧାରଣ ବର୍ଗ ପଦବିରେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିଯୁକ୍ତି ଓ ପଦୋନ୍ନତି-୪
ଗୃହ ବିଭାଗରେ ‌୬୨ ଡେସ୍କ ଅଫିସରଙ୍କୁ ଅନୁସଚିବ ପାହ୍ୟାକୁ ପଦୋନ୍ନତି

ଏହା ସଂପର୍କ‌ରେ କର୍ମଚାରୀମାନେ ଲିଖିତ ଭାବେ ରାଜ୍ୟ ଗୃହ ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ଏହାକୁ କର୍ଣ୍ଣପାତ ନ କରି ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଡେସ୍କ ଅଫିସରଙ୍କୁ ଅନୁଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେବା ପାଇଁ ଗୃହ ବିଭାଗ ମାର୍ଚ୍ଚ ୪ରେ ବିଭାଗୀୟ ପଦୋନ୍ନତି କମିଟି(ଡିପିସି)ର ଏକ ବୈଠକ ଡାକିଥିଲେ। ଏଥିରେ ଅନୁଶାସନ ସଚିବ ପାହ୍ୟାରେ ସଂରକ୍ଷଣ ଆଇନ ଲାଗୁ ହେବ କି ନାହିଁ, ତା’ର ତର୍ଜମା କରାଗଲା ନାହିଁ। ସିଧାସଳଖ ବିଧି ବିଭାଗର ଅବୈଧ ପରାମର୍ଶ ଆଧାରରେ ସଂରକ୍ଷଣ ଆଇନକୁ ଲାଗୁ କରାଯାଇଛି। ଯାହାଫଳରେ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ୮୫ ପଦବିରୁ ୩୪ ଗୋଟି ପଦବିକୁ ସଂରକ୍ଷିତ କର୍ମଚାରୀଙ୍କୁ ପଦୋନ୍ନତି ଦେବାକୁ ସୁପାରିସ ହୋଇଛି। ସଂରକ୍ଷିତ ବର୍ଗର କର୍ମଚାରୀ ଅଣସଂରକ୍ଷିତ ପଦବିକୁ ପଦୋନ୍ନତି ପାଇବା ପାଇଁ ଯୋଗ୍ୟ କି? ଏ ସଂକ୍ରାନ୍ତରେ କ’ଣ ନିୟମ ରହିଛି ତାହା ମଧ୍ୟ କମିଟି ଜାଣିବାକୁ ଉଦ୍ୟମ କରି ନ ଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ୩୪ ଜଣ ମେଧାବୀ ସାଧାରଣ ବର୍ଗର ଅଧିକାରୀ ସେମାନଙ୍କ ନ୍ୟାୟୋଚିତ ପଦୋନ୍ନତିରୁ ବଞ୍ଚିତ ହୋଇଛନ୍ତି। ଗୋଟିଏ ପଟେ ଅଧିକ ସଂଖ୍ୟକ ସଂରକ୍ଷିତ କର୍ମଚାରୀ ପଦୋନ୍ନତି ପାଉଥିବା ବେଳେ ସାଧାରଣ ବର୍ଗଙ୍କ ପଦୋନ୍ନତି ସଙ୍କୁଚିତ ହେବାରେ ଲାଗିଛି। 

୨୦୦୭ ମସିହାରୁ ରାଜ୍ୟର ସମସ୍ତ ସେବାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିର୍ଦ୍ଧାରିତ ‘ପଦବି ଭିତ୍ତିକ’ ନିୟମ ପଦୋନ୍ନତି କ୍ଷେତ୍ରରେ ଲାଗୁ ହୋଇ ଆସୁଛି। ସଚିବାଳୟ ସେବାର ବିଭିନ୍ନ କ୍ୟାଡରରେ ଏ ନିୟମ ଲାଗୁ ହୋଇଛି। ସଚିବାଳୟ ସେବାର ଉପବିଭାଗ ଅଧିକାରୀ, ଡେସ୍କ ଅଫିସର ଓ ଅନୁଶାସନ ସଚିବ ପାହ୍ୟାରେ ସାଧାରଣ ବର୍ଗ, ତଫସିଲଭୁକ୍ତ ଜନଜାତି ଓ ଜାତି ବର୍ଗର କର୍ମଚାରୀମାନେ ନିଜ ନିଜର ନିର୍ଦ୍ଧାରିତ ସଂରକ୍ଷଣ ଅନୁପାତରେ ଯୋଗଦାନ ପାଇ ଆସୁଛନ୍ତି। କୌଣସି ବର୍ଷ ସଂରକ୍ଷିତ ବର୍ଗର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ପଦବି ଖାଲି ପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe