ଡାକ୍ତର ହେବ ତ’ ଏମିତି...: କୁମ୍ଭୀର ଭୟକୁ ଖାତିର ନକରି ବନ୍ୟାପାଣିରେ ପଶି ଗଲେ, ଗର୍ଭବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ

Advertisment

ବ୍ରାହ୍ମଣୀର ଦ୍ବିତୀୟ ବନ୍ୟାରେ ରାଜନଗର ବ୍ଲକ୍‌ ଅନ୍ତର୍ଗତ ୪ଟି ପଞ୍ଚାୟତର ୨୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାଜଳ ଘେରରେ ଥିବା ବିପନ୍ନଙ୍କ ନିକଟରେ ପ୍ରଶାସନ ପହଞ୍ଚି ପାରିନାହିଁ।

ବ୍ରାହ୍ମଣୀର ଦ୍ବିତୀୟ ବନ୍ୟାରେ ରାଜନଗର ବ୍ଲକ୍‌ ଅନ୍ତର୍ଗତ ୪ଟି ପଞ୍ଚାୟତର ୨୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାଜଳ ଘେରରେ ଥିବା ବିପନ୍ନଙ୍କ ନିକଟରେ ପ୍ରଶାସନ ପହଞ୍ଚି ପାରିନାହିଁ।

kebdrapara

ରାଜନଗର: ବ୍ରାହ୍ମଣୀର ଦ୍ବିତୀୟ ବନ୍ୟାରେ ରାଜନଗର ବ୍ଲକ୍‌ ଅନ୍ତର୍ଗତ ୪ଟି ପଞ୍ଚାୟତର ୨୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାଜଳ ଘେରରେ ଥିବା ବିପନ୍ନଙ୍କ ନିକଟରେ ପ୍ରଶାସନ ପହଞ୍ଚି ପାରିନାହିଁ। କିନ୍ତୁ ଏଭଳି ପ୍ରତିକୂଳ ପରିସ୍ଥିତିରେ ବନ୍ୟା ବିପନ୍ନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଉଦାହରଣ ସୃଷ୍ଟି କରିଛନ୍ତି ଦୁଇଜଣ ଡାକ୍ତର। ଜୀବନକୁ ବାଜି ଲଗାଇ ବନ୍ୟାପାଣିରେ ପଶି ଗର୍ଭବତୀଙ୍କ ନିକଟରେ ପହଞ୍ଚିବା ସହ ଟ୍ରଲି ଯୋଗେ ଡାକ୍ତରଖାନା ପହଞ୍ଚାଇ ଚିକିତ୍ସା କରିଛନ୍ତି।

କୁମ୍ଭୀର ଭୟକୁ ଖାତିର ନକରି ବନ୍ୟାପାଣିରେ ପଶି ଗଲେ, ଗର୍ଭବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ

ବନ୍ୟାଜଳ ଘେରରେ ଥିବା ରାଜନଗର ବ୍ଲକ୍‌ ଅନ୍ତର୍ଗତ ବନ୍ଧପଡ଼ା ପଞ୍ଚାୟତ ଚକିବାଙ୍କ ଗାଁର ପ୍ରସନ୍ନ କୁମାର ରାଉତଙ୍କ ପତ୍ନୀ ସଂଘମିତ୍ରା ବିବାହର ୧୨ବର୍ଷ ଗର୍ଭବତୀ ହୋଇଥିଲେ। ଆଜି ସକାଳେ ସଂଘମିତ୍ରାଙ୍କର ଗର୍ଭଯନ୍ତ୍ରଣା ହୋଇଥିଲା। ପରିବାର ଲୋକ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଫୋନ୍‌ କରିଥିଲେ। ଖବର ମିଳିବା ପରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମିରଞ୍ଜନ ମହାନ୍ତି ଓ ଡାକ୍ତର ମନୋରଞ୍ଜନ ନାଥ ଦିନ ପ୍ରାୟ ୧୧ଟା ବେଳେ ଚକିବାଙ୍କ ଗାଁ ଠାରୁ ୧ କିଲୋମିଟର ଦୂର ଅଢ଼ାଯୋଡ଼ି ନିକଟରେ ପହଞ୍ଚିଥିଲେ। ମାତ୍ର ‌ସେଠାରୁ ଗାଁକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ଡଙ୍ଗାର ବ୍ୟବସ୍ଥା କରାଯାଇ ନ ଥିଲା।

ଗର୍ଭବତୀଙ୍କୁ ତ୍ବରିତ ସେବା ଯୋଗାଇବା ପାଇଁ ଦୁଇ ଜଣ ଡାକ୍ତର ଗାମୁଛା ପିନ୍ଧି ବନ୍ୟାପାଣିରେ ପଶି ଚାଲି ଚାଲି ଯାଇଥିଲେ। ତିନିଫୁଟ ଉଚ୍ଚ ବନ୍ୟାପାଣିରେ କୁମ୍ଭୀର ଭୟ ଥିବାରୁ ଦୁଇ ଡାକ୍ତର ହାତରେ ବାଡ଼ି ଧରି ଗର୍ଭବତୀଙ୍କ ଘରେ ପହଞ୍ଚିଥିଲେ। ଗ୍ରାମବାସୀ ଓ ପରିବାର ଲୋକଙ୍କ ସହଯୋଗରେ ଦୁଇ ଡାକ୍ତର ଟ୍ରଲି ଯୋଗେ ଗର୍ଭବତୀଙ୍କୁ ଅଢ଼ାଯୋଡ଼ି ନିକଟକୁ ଆଣିଥିଲେ। ସେଠାରେ ପୂର୍ବରୁ ଥିବା ଆମ୍ବୁଲାନ୍ସରେ ସଂଘମିତ୍ରାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।  ପ୍ରାଥମିକ ଚିକିତ୍ସା ପରେ ଗର୍ଭବତୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏଭଳି କାର୍ଯ୍ୟ କରି ଦୁଇ ଡାକ୍ତର ଅଞ୍ଚଳବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe