ଆଜିଠୁ ଆଇଏସ୍‌ସି ପରୀକ୍ଷା

ଆଜିଠୁ ଆଇଏସ୍‌ସି ପରୀକ୍ଷା

Free Press Journal

ଭୁବନେଶ୍ବର : କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ସାମିନେସନ(ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ଆଇଏସ୍‌ସି(ଦ୍ବାଦଶ) ଶ୍ରେଣୀ ପରୀକ୍ଷା ଏପ୍ରିଲ ୮ ତଥା ଗୁରୁବାରଠାରୁ ଆରମ୍ଭ ହେବ। ଜୁନ୍‌ ୧୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ଲାଗି କଡ଼ା କଟକଣା କରାଯାଇଛି। ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ। ପୂର୍ବାହ୍ନ ୯ଟାରେ ହେବାକୁ ଥିବା ପରୀକ୍ଷା ଲାଗି ୮ଟା ୪୫ରେ ଓ ଅପରାହ୍‌ଣ ୨ଟାରେ ହେବାକୁ ଥିବା ପରୀକ୍ଷା ଲାଗି ୧ଟା ୪୫ରେ ପ୍ରଶ୍ନପତ୍ର ବଣ୍ଟନ ହେବ। ପରୀକ୍ଷା ସମୟରେ କଟକଣା ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ପ୍ରାକ୍ଟିକାଲ ପରୀକ୍ଷା ସମ୍ପର୍କରେ ସ୍କୁଲ କର୍ତୃପକ୍ଷ ନିଷ୍ପତ୍ତି ନେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ପରୀକ୍ଷା ସମୟରେ ସାମାଜିକ ଦୂରତା ରକ୍ଷା ଓ ଭିଡ଼ ନ କରିବାକୁ ପରାମର୍ଶ ଦିଆଯାଇଛି। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ନିଜସ୍ବ ସାନିଟାଇଜର ଆଣିବା, ହାତକୁ ବାରମ୍ବାର ମୁହଁରେ ନ ମାରିବାକୁ ପରାମର୍ଶ ଦିଆଯାଇଛି। ଛାତ୍ରଛାତ୍ରୀ ଚାହିଁଲେ ଗ୍ଲୋଭ୍‌ସ ବ୍ୟବହାର କରିପାରିବେ। କାଶିବା ଓ ଛିଙ୍କିବା ସମୟରେ ପାଟି ଓ ନାକକୁ ଭଲ ଭାବେ ଘୋଡ଼ାଇବାକୁ କୁହାଯାଇଛି। ପରୀକ୍ଷାର୍ଥୀ ନିଜର ପାଣି ବୋତଲ ଆଣିବେ। ଅନ୍ୟ କାହା ସହ ଖାଦ୍ୟ ଓ ପାନୀୟ ବଣ୍ଟନ କରିବେ ନାହିଁ। ସ୍କୁଲ କ୍ୟାମ୍ପସ, ୱାସ୍‌ରୁମ୍‌, ଲାବ‌ରେଟୋରି, କ୍ଲାସରୁମ୍‌, ଲାଇବ୍ରେରି, ଖେଳ ପଡ଼ିଆରେ ଭିଡ଼ ନ କରିବାକୁ କୁହାଯାଇଛି। ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି। ସିଆଇଏସ୍‌ସିଇର ଆଇସିଏସ୍‌ଇ(ଦଶମ) ଶ୍ରେଣୀ ପରୀକ୍ଷା ମେ’ ୪ରୁ ଜୁନ୍‌ ୭ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe