ଶ୍ରୀମନ୍ଦିର ହୁଣ୍ଡି ଦାନକୁ ନେଇ ଚର୍ଚ୍ଚା ଥମୁନି

Advertisment

ପଡ଼ିଥିଲା ୨ହଜାରର ୫ ଓ ୫ଶହର ୯ ବଣ୍ଡଲ୍‌ ଟଙ୍କା

ପଡ଼ିଥିଲା ୨ହଜାରର ୫ ଓ ୫ଶହର ୯ ବଣ୍ଡଲ୍‌ ଟଙ୍କା

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ଗତକାଲି ଶ୍ରୀମନ୍ଦିର ହୁଣ୍ଡି ଦାନକୁ ନେଇ ଚର୍ଚ୍ଚା ଥମିବାକୁ ନାଁ ଧରୁନି। ଦିନକରେ ୨୮ ଲକ୍ଷ ଟଙ୍କାରୁ ଅଧିକ ଦାନ ଟଙ୍କା ଶ୍ରୀମନ୍ଦିର ହୁଣ୍ଡିରୁ ମିଳିବା କେବଳ ଏକ ବିରଳ ରେକର୍ଡ ସୃଷ୍ଟି କରିନି, ଭକ୍ତଙ୍କୁ ବି ପ୍ରଭାବିତ କରିଛି। ଦାନ ପାଇଁ ପ୍ରେରଣା ଦେଇଛି।

ମିଳିଥିବା ସୂଚନା ମୁତାବକ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା କେହି ଭକ୍ତ ଶ୍ରୀମନ୍ଦିର ହୁଣ୍ଡିରେ ୨ହଜାର ଟଙ୍କାର ୫ ବଣ୍ଡଲ୍‌(ବିଡ଼ା) ଦାନ ଦେଇଥିଲେ। ପ୍ରତି ବଣ୍ଡଲ୍‌ରେ ୨ଲକ୍ଷ ଟଙ୍କା ରହିଥିଲା। ଏଭଳି ୫ ବଣ୍ଡଲରୁ ୧୦ ଲକ୍ଷ ଟଙ୍କା ଦାନ ମିଳିଥିଲା। ସେହିଭଳି ୯ ବଣ୍ଡଲ୍‌ ୫ଶହ ଟଙ୍କିଆ ବି ମିଳିଥିଲା। ପ୍ରତି ବଣ୍ଡଲ୍‌ରେ ୫୦ହଜାର ଟଙ୍କା ରହିଥିଲା। ଯେଉଁଥିପାଇଁ ଯେଉଁଠି ଦୈନିକ ୨ରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାନ ଟଙ୍କା ଶ୍ରୀମନ୍ଦିର ହୁଣ୍ଡିରୁ ମିଳୁଥିଲା, ସେଠି ଗତକାଲି ଦାନ ପରିମାଣ ୨୮ ଲକ୍ଷ ଡେଇଁ ଯାଇଥିଲା। ତେବେ ଏତେ ପରିମାଣର ଟଙ୍କା ଦାନ କରିଥିବା ଭକ୍ତ କିଏ, ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe