ନୂଆ ବିବାଦ ଛିଡ଼ାକଲା ଇସ୍କନ୍‌: ସ୍ନାନଯାତ୍ରା ବାତିଲ, ରଥଯାତ୍ରା ପାଇଁ ପ୍ରସ୍ତୁତି!

ଅଦିନିଆ ରଥଯାତ୍ରାକୁ ସବୁ ମହଲରୁ ଦୃଢ଼ ବିରୋଧ କରାଯିବା ପରେ ନଭେମ୍ବର ୩ରେ ଆମେରିକାର ହଷ୍ଟନ୍‌ଠାରେ ଆୟୋଜିତ ହେବାକୁ ଥିବା ସ୍ନାନଯାତ୍ରାକୁ ଇସ୍କନ୍‌ ବାଦ୍‌ ଦେଇଛି। ଏମିତିକି ନିଜ ସାମାଜିକ ଗଣମାଧ୍ୟମରେ ସ୍ନାନଯାତ୍ରା ସମ୍ପର୍କିତ ସୂଚନାକୁ ଇସ୍କନ୍‌ ହଷ୍ଟନ୍‌ ଶାଖା ହଟାଇ ଦେଇଛି।

hkhhkhk

ପୁରୀ: ଅଦିନିଆ ରଥଯାତ୍ରାକୁ ସବୁ ମହଲରୁ ଦୃଢ଼ ବିରୋଧ କରାଯିବା ପରେ ନଭେମ୍ବର ୩ରେ ଆମେରିକାର ହଷ୍ଟନ୍‌ଠାରେ ଆୟୋଜିତ ହେବାକୁ ଥିବା ସ୍ନାନଯାତ୍ରାକୁ ଇସ୍କନ୍‌ ବାଦ୍‌ ଦେଇଛି। ଏମିତିକି ନିଜ ସାମାଜିକ ଗଣମାଧ୍ୟମରେ ସ୍ନାନଯାତ୍ରା ସମ୍ପର୍କିତ ସୂଚନାକୁ ଇସ୍କନ୍‌ ହଷ୍ଟନ୍‌ ଶାଖା ହଟାଇ ଦେଇଛି। ତେବେ ବିନା ସ୍ନାନଯାତ୍ରାରେ ରଥଯାତ୍ରା ଆୟୋଜନ ନିଷ୍ପତ୍ତିକୁ ଇସ୍କନ୍ ବଳବତ୍ତର ରଖିଥିବାରୁ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ବିନା ସ୍ନାନଯାତ୍ରାରେ ରଥଯାତ୍ରା ଅସମ୍ଭବ। ଏଣୁ କେବଳ ସ୍ନାନଯାତ୍ରା ନୁହେଁ, ଅଦିନ ରଥଯାତ୍ରା ବି ଇସ୍କନ୍‌ ବାତିଲ୍‌ କରୁ ବୋଲି ସେବାୟତ ଓ ଶ୍ରୀଜଗନ୍ନାଥ ପ୍ରେମୀ ମତ ଦେଇଛନ୍ତି।

ସେବାୟତ ଓ ଶ୍ରୀଜଗନ୍ନାଥ ପ୍ରେମୀଙ୍କ କଡ଼ା ବିରୋଧ

ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଆଷାଢ଼ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୁଏ। ତିଥି ନିର୍ଦ୍ଦିଷ୍ଟ ଥିଲେ ମଧ୍ୟ ଇସ୍କନ୍‌ ହଷ୍ଟନ୍ ଶାଖା ପକ୍ଷରୁ ନଭେମ୍ବର ୩ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ୯ ତାରିଖରେ ରଥଯାତ୍ରା କରିବାକୁ ନିଜ ୱେବ‌୍‌ସାଇଟ୍‌ରେ ସୂଚନା ଦେଇଥିଲା। ଏବେ ସ୍ନାନଯାତ୍ରା ବିଜ୍ଞାପନ ହଟିଥିଲେ ମଧ୍ୟ ଆସନ୍ତା ୯ ତାରିଖରେ କେବଳ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ବିଜ୍ଞାପନ ଦେଖିବାକୁ ମିଳିଛି। ଶ୍ରୀଜଗନ୍ନାଥ ସଂସ୍କୃତିର ଶାସ୍ତ୍ରୀୟ ବିଧିବ୍ୟବସ୍ଥାକୁ ଖାତିର୍‌ ନ କରି ଇସ୍କନ୍‌ ଧର୍ମାବଲମ୍ବୀ ବାରମ୍ବାର ଏଭଳି ଅଦିନିଆ ରଥଯାତ୍ରା କରୁଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି। ଗଜପତି ମହାରାଜା ମଧ୍ୟ କଡ଼ା ଶବ୍ଦରେ ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ସହ ଅଦିନରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ବନ୍ଦ କରିବାକୁ କହିଛନ୍ତି। ଚତୁର୍ଦ୍ଧାବିଗ୍ରହଙ୍କ ମୂଳପୀଠ ଶ୍ରୀମନ୍ଦିରରେ ଯେଉଁ ତିଥିରେ ସ୍ନାନଯାତ୍ରା ଓ ରଥଯାତ୍ରା ହେଉଛି, ସେହି ତିଥିରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରିବାକୁ କହିଛନ୍ତି। ସେପଟେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମଧ୍ୟ ଇସ୍କନ୍‌ର ଅଦିନ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନକୁ ଦୃଢ଼ ବିରୋଧ କରିଛନ୍ତି। ଇସ୍କନ୍‌ ଏଭଳି କାର୍ଯ୍ୟରୁ ବିରତ ରହୁ। ନଚେତ ଏହାର ଦୃଢ଼ ବିରୋଧ କରାଯିବ। ଇସ୍କନ୍‌ ଧର୍ମାବଲମ୍ବୀଙ୍କୁ ଶ୍ରୀମନ୍ଦିରରେ ଭର୍ତ୍ତି କରାଇ ଦିଆଯିବନାହିଁ ବୋଲି ଶ୍ରୀ ସ୍ୱାଇଁ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି। ଗଜପତି ନିଜେ ମଧ୍ୟ ଆମେରିକା ଯାଇ ଏସବୁକୁ ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe