ଅବେଳରେ ଇସ୍କନ୍‌ର ସମୁଦ୍ର ଆଳତି : ମୁହଁ ଖୋଲିଲା ଗୋବର୍ଦ୍ଧନ ମଠ

Advertisment
ଅବେଳରେ ଇସ୍କନ୍‌ର ସମୁଦ୍ର ଆଳତି : ମୁହଁ ଖୋଲିଲା ଗୋବର୍ଦ୍ଧନ ମଠ

ପୁରୀ : ଇସ୍କନ୍‌ ପକ୍ଷରୁ ପୁରୀରେ ତିନିଦିନିଆ ଶ୍ରୀଜଗନ୍ନାଥ ପୁରୀ ଯାତ୍ରା ଅବସରରେ ଗତକାଲି ସମୁଦ୍ର ଆଳତି ହୋଇଛି। ପୌଷ ପୂର୍ଣ୍ଣିମାରେ ଏହି ଆଳତି ହେବା ବିଧି ଥିବାରୁ ଗୋବର୍ଦ୍ଧନ ମଠ ପକ୍ଷରୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଆଳତି କରନ୍ତି। କିନ୍ତୁ ଇସ୍କନ ଏଭଳି ଅବେଳରେ ଆଳତି କରିବା ପଛରେ ବିଦେଶୀ ଷଡଯନ୍ତ୍ର ରହିଛି ବୋଲି ଗୋବର୍ଦ୍ଧନ ମଠର ମୁଖପାତ୍ର ମନୋଜ ରଥ କହିଛନ୍ତି। ସେ କହିଛନ୍ତି, ପୂର୍ବରୁ ଦ୍ଵିତୀୟ ଶ୍ରୀମନ୍ଦିର, ଆଇଆର୍‌ସିଟିସି ପୋଷ୍ଟର୍‌ରେ ଇସ୍କନ ମନ୍ଦିରକୁ ଶ୍ରୀଜଗନ୍ନାଥ ମନ୍ଦିର କରିବା, ଅବେଳରେ ରଥଯାତ୍ରା ଆୟୋଜନ କରିବା ଆଦି ନଜିର ରହିଛି। ଶ୍ରୀଜଗନ୍ନାଥ ସଂସ୍କତି ଓ ହିନ୍ଦୁ ଧର୍ମ ଓ ପରମ୍ପରାକୁ ନଷ୍ଟ କରିବା ପାଇଁ ଏଭଳି ଏକ ହୀନ ଚକ୍ରାନ୍ତ ଚାଲି ଆସିଛି। ଏଣୁ ଏଥିପ୍ରତି ଏବେ ବିଚାର କରିବାର ସମୟ ଆସିଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe