Advertisment

ଇସ୍କନର ସମାନ୍ତରାଳ ସମୁଦ୍ର ଆଳତି

Advertisment

ଆଳତିକୁ ଶ୍ରୀଜଗନ୍ନାଥ ସେନାର ବିରୋଧ

ଆଳତିକୁ ଶ୍ରୀଜଗନ୍ନାଥ ସେନାର ବିରୋଧ

ଇସ୍କନର ସମାନ୍ତରାଳ ସମୁଦ୍ର ଆଳତି

ପୁରୀ : ଇସ୍କନ ପକ୍ଷରୁ ପୁରୀରେ ତିନିଦିନିଆ ଶ୍ରୀଜଗନ୍ନାଥ ପୁରୀ ଯାତ୍ରା ଅବସରରେ ଆଜି ସମୁଦ୍ର ଆଳତି ହୋଇଛି। ହଜାର ହଜାର ସଂଖ୍ୟାରେ ବିଦେଶୀ ଭକ୍ତ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ୬ଟା ବେଳେ ଯାତ୍ରିିକା ସମ୍ମୁଖ ବେଳାଭୂମିରେ ଏହି ଆଳତି କରାଯାଇଛି। ଏଠାରେ ୫ ହଜାରରୁ ଊଦ୍ଧ୍ଵର୍ ଭକ୍ତଙ୍କ ସମାଗମ ହୋଇଛି। ଇସ୍କନ ଆଞ୍ଚଳିକ ସମ୍ପାଦକ ଭକ୍ତିଆଶ୍ରୟ ବୈଷ୍ଣବ ସ୍ୱାମୀ ଆଳତି କରିଛନ୍ତି। ପାଖାପାଖି ୧୫ ମିନିଟ ଧରି ଏହି ଆଳତି କାର୍ଯ୍ୟକ୍ରମ ଚାଲିଥିଲା। ପରେ ଯାତ୍ରିକା ପରିସରରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତେବେ ଏହି ସମୁଦ୍ର ଆଳତିକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା। ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତିର ପ୍ରଚାର ପ୍ରସାରରେ କୌଣସି ସମସ୍ୟା ନାହିଁ। କିନ୍ତୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଳତିରେ ପ୍ରତିଯୋଗିତା କାହିଁକି ହେଉଛି! ଆଇଆରସିଟିସି ଜରିଆରେ ହୋଇଥିବା ଷଡଯନ୍ତ୍ର ମାଡ଼ ଖାଇବା ପରେ ଏହା ନୂଆ ଷଡଯନ୍ତ୍ର ନୁହେଁ ତ! ସମୁଦ୍ର ଆଳତି ଏକ ନିର୍ଦ୍ଦିଷ୍ଟ ତିଥିରେ ଜଗଦ୍‌ଗୁରୁ କରୁଥିବା ବେଳେ ଏଭଳି ଅବେଳରେ ଇସ୍କନ କରିବା ଆମ ଧର୍ମୀୟ ଭାବନାକୁ କୁଠାରଘାତ କରୁଛି। ଏଣୁ ଇସ୍କନ କ୍ଷମାପ୍ରାର୍ଥନା କରୁ ବୋଲି ସେନା ଦାବି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe