ଜାନୁଆରି ୩୧ରୁ ଫେବ୍ରୁଆରି ୨ ତାରିଖ ଯାଏଁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ଥଣ୍ଡା ପ୍ରବାହ

ଜାନୁଆରି ୩୧ରୁ ଫେବ୍ରୁଆରି ୨ ତାରିଖ ଯାଏଁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ଥଣ୍ଡା ପ୍ରବାହ

ଭୁବନେଶ୍ବର: ଆଗାମୀ ୩୧ ତାରିଖରୁ ଫେବ୍ରୁଆରି ୨ ତାରିଖ ଯାଏଁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ସାଧାରଣରୁ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଏହି ସମୟରେ ଥଣ୍ଡା ପବନ ବି ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିଲାଗି ଏହି ଦୁଇ ଜିଲ୍ଲାରେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହାକୁ ଆଖି ଆଗରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର ଉକ୍ତ ଦୁଇ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ସହ ଗରିବ ଓ ବାସହୀନ ଲୋକଙ୍କ ଲାଗି ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେମାନଙ୍କ ଲାଗି ସ୍କୁଲ୍ ଘର, କମ୍ୟୁନିଟି ହଲ୍ ଆଦି ଖୋଲା ରଖିବାକୁ ଜିଲ୍ଲାପାଳମାନଙ୍କୁ ପୂର୍ବରୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଥଣ୍ଡା ସମ୍ପର୍କିତ ଅସୁସ୍ଥତା ବୃଦ୍ଧି ପାଇବାର ଆଶଙ୍କା ଥିବା ହେତୁ, ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଦୁଇଚକିଆ ଗାଡ଼ି ବା ଖୋଲା କାରରେ ରାତିରେ ଘରୁ ନ ବାହାରିବାକୁ କୁହାଯାଇଛି। ଏହାଛଡ଼ା ଜନଜୀବନ ଓ ପଶୁସଂପଦକୁ ଥଣ୍ଡା ଦାଉରୁ ରକ୍ଷା କରିବା ଲାଗି ଆବଶ୍ୟକୀୟ ସଚେତନତା ସୃଷ୍ଟି କରାଯିବାକୁ ବି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe