ସବୁ ଘରକୁ ପାଣି ପହଞ୍ଚାଇବା ପାଇଁ ଇସ୍ପାତ ମନ୍ତ୍ରଣାଳୟ ସହଯୋଗ କରିବ: ଧର୍ମେନ୍ଦ୍ର

Advertisment

Livemint

ଭୁବନେଶ୍ବର : ୨୦୧୯-୨୦ କେନ୍ଦ୍ରୀୟ ବଜେଟ୍‌ରେ ୨୦୨୪ ସୁଦ୍ଧା ଦେଶର ସମସ୍ତ ଘରକୁ ପାଣି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଓ ଇସ୍ପାତ ମନ୍ତ୍ରଣାଳୟ ମିଳିତ ଭାବେ ମିସନ୍‌ ମୋଡ୍‌ରେ କାମ କରିବା ଉପରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ବାରୋପ କରିଛନ୍ତି। ଏ ନେଇ ସେ ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ‌ ଶେଖାୱାତଙ୍କୁ ପତ୍ର ଲେଖିବା ସହ ଜଳ ଶକ୍ତି ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ସମ୍ପର୍କରେ ରହି କାମ କରିବାକୁ ଇସ୍ପାତ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି, ଜଳ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ନାଗରିକଙ୍କୁ ସଚେତନ ହୋଇ ଜଳଶକ୍ତି ଅଭିଯାନ ପାଇଁ ଆହ୍ବାନ ଦେଇଥିଲା ବେଳେ ଏହି ଅଭିଯାନରେ ଇସ୍ପାତର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କାରଣ ସବୁ ସ୍ତରରେ ଜଳର ଗୋଟିଏ ଜାଗାକୁ ଅନ୍ୟ ଜାଗାକୁ ନେବାକୁ ହେଲେ ଇସ୍ପାତ ପରି ପଦାର୍ଥର ଆବଶ୍ୟକ ରହିଥାଏ। ଫଳରେ ଜଳର ଲିକେଜ୍ କମ୍ ହେବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ମଧ୍ୟ କମ୍ କରାଯାଇପାରିବ। ଷ୍ଟିଲ୍‌ ପାଇପ୍‌ର ବ୍ୟବହାର ସୁବିଧାଜନକ ତଥା ଷ୍ଟିଲ୍‌ରେ ପ୍ରତିରୋଧକ କ୍ଷମତା ଅଧିକ। ଏହା ବାଦ୍ ଷ୍ଟିଲ୍‌ ବ୍ୟବହାର ଦ୍ବାରା ଖର୍ଚ୍ଚ ମଧ୍ୟ କମ୍ ହୋଇଥାଏ। ଇସ୍ପାତର ବ୍ୟବହାର ଜଳସେଚନ ଉଦ୍ଦେଶ୍ୟରେ ମଧ୍ୟ କରାଯାଇପାରେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦିଲ୍ଲୀରେ ଜଳ ପରିବହନ ବିତରଣରେ ୪୫ ପ୍ରତିଶତ ଲିକେଜ୍ ହେଉଛି। ଷ୍ଟିଲ୍‌ ଦ୍ବାରା ଏହାକୁ ରୋକାଯାଇପାରିବ। କେନ୍ଦ୍ର ସରକାରଙ୍କ ସବୁ ଘରକୁ ପାଣି ଅଭିଯାନରେ ଇସ୍ପାତ ମନ୍ତ୍ରଣାଳୟ ସବୁ ପ୍ରକାର ସହଯୋଗ କରିବ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe