ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ ଏମ୍‌ଓୟୁ ଆଜି

Advertisment
ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ ଏମ୍‌ଓୟୁ ଆଜି

ମହାକାଶ ଗବେଷଣା ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ
ଇସ୍ରୋ ସହ ଚୁକ୍ତି କରିବାରେ ପ୍ରଥମ ବିଶ୍ବବିଦ୍ୟାଳୟ

ସମ୍ବଲପୁର : ‌ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଓ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ‌ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌) ମଧ୍ୟରେ ମଙ୍ଗଳବାର ଏମ୍‌ଓୟୁ ସ୍ବାକ୍ଷରିତ ହେବ। ଅନ୍‌ଲାଇନ୍‌ରେ ହେବାକୁ ଥିବା ଏହି ଏମ୍‌ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ ଇସ୍ରୋର ଅଧ୍ୟକ୍ଷ କେ. ଶିବନ୍‌, ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଭିସୁଟ୍‌ କୁଳପତି ପ୍ର. ଅଟଳ ଚୌଧୁରୀଙ୍କ ସମେତ ଉଭୟ ପକ୍ଷର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଏହି ଚୁକ୍ତି ଅନୁଯାୟୀ ମହାକାଶ ଗବେଷଣାର ବୈଜ୍ଞାନିକ ଦିଗକୁ ବିକଶିତ କରିବାରେ ଉଭୟ ଅନୁଷ୍ଠାନ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଭିସୁଟ୍‌ର ଜନସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗବେଷଣା ପାଇଁ ଇସ୍ରୋ ଦେଶର କୌଣସି ବିଶ୍ବବିଦ୍ୟାଳୟ ସହ ଚୁକ୍ତି କରିବାରେ ଏହା ପ୍ରଥମ ଘଟଣା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe