ଘରୋଇ ସ୍କୁଲରେ ଗରିବ ବିଦ୍ୟାର୍ଥୀଙ୍କ ନାମଲେଖା ପ୍ରସଙ୍ଗ: ରିପୋର୍ଟ ପ୍ରଦାନ ପାଇଁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଚିଠି

ଦୀପାବଳି ପରେ ଖୋଲିବ ଷଷ୍ଠ, ୭ମ ଶ୍ରେଣୀ

The Tribune

ଭୁବନେଶ୍ବର : ଶିକ୍ଷା ଅଧିକାର ଆଇନ (ଆରଟିଇ) ଅନ୍ତର୍ଗତରେ ଘରୋଇ ସ୍କୁଲରେ ଗରିବ ବିଦ୍ୟାର୍ଥୀଙ୍କୁ ନାମ ଲେଖା ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ ପାଇଁ ଗଣଶିକ୍ଷା ବିଭାଗର ସଚିବ ସତ୍ୟବ୍ରତ ସାହୁଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।

ଗତ ୨ ତାରିଖରେ ସମ୍ବାଦରେ ପ୍ରକାଶିତ ‘ଘରୋଇ ସ୍କୁଲର ମାଗଣା ପାଠପଢାକୁ ଗରିବ ପିଲାଙ୍କ ନା’ ଶୀର୍ଷକ ରିପୋର୍ଟ ଆଧାରରେ ଏହି ଚିଠି ହୋଇଛି। ଏଥିରେ ଆରଟିଇ ଅନ୍ତର୍ଗତରେ ସ୍କୁଲରେ ସମୁଦାୟ କେତେ ସିଟ୍‌ ରହିଛି ସେ ସମ୍ପର୍କରେ ଜଣାଇବାକୁ ଅଧ୍ୟକ୍ଷା କହିଛନ୍ତି। ଏଥିସହିତ ୫ ବର୍ଷ ମଧ୍ୟରେ ଜିଲ୍ଲାୱାରୀ କେତେ ନାମଲେଖା ଯାଇଛି, ଯୋଜନାର ସୁଫଳ ଗରିବ ପିଲାଙ୍କ ନିକଟରେ ପହଞ୍ଚାଇବା, ପିଲାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭାଗ କିଭଳି ପଦକ୍ଷେପ ଗ୍ରହଣ କରିଛି ସେ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ ପାଇଁ କୁହାଯାଇଛି।

ଗଣଶିକ୍ଷା ବିଭାଗର ସୂଚନା ଅନୁସାରେ, ଆରଟିଇ ଅନ୍ତର୍ଗତରେ ଘରୋଇ ସ୍କୁଲରେ ୩୯ ହଜାର ୮୬୭ ସିଟ୍‌ ରହିଛି। ଚଳିତ ବର୍ଷର ପଞ୍ଜୀକରଣର ଶେଷ ତାରିଖ ଜୁନ ୩୦ ସୁଦ୍ଧା ପ୍ରଥମ କ୍ଲାସରେ ଅନଲାଇନରେ ୪୩୦୦ ପଞ୍ଜୀକୃତ ହୋଇଛନ୍ତି, ୨୫୦୦ ଜଣଙ୍କ ଆବେଦନ ଯାଞ୍ଚ ପ୍ରକ୍ରିୟାରେ ରହିଥିଲା। ଯାହାକି ସମୁଦାୟ ସିଟ ସଂଖ୍ୟା ଠାରୁ ଅନେକ କମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe