ମୁଖ୍ୟମନ୍ତ୍ରୀ କାଳିଆ ଟଙ୍କା ପ୍ରଦାନ କରିବା ପ୍ରସଙ୍ଗ : ପିପିଲି ଉପନିର୍ବାଚନକୁ ହାତେଇବା ପାଇଁ ଏହା ଷଡ଼୍‌ଯନ୍ତ୍ର: ପ୍ରଦୀପ ପୁରୋହିତ

Advertisment
ପୁଣି ଏକ ମିଥ୍ୟା ପ୍ରତିଶ୍ରୁତିର ବାର୍ତା ମୁଖ୍ୟମନ୍ତ୍ରୀଙ୍କଠାରୁ ଶୁଣିବାକୁ ପାଇବେ ପଶ୍ଚିମ ଓଡ଼ିଶାବାସୀ: ପ୍ରଦୀପ ପୁରୋହିତ

m.dailyhunt.in

ଭୁବନେଶ୍ବର : ଫେବ୍ରୁଆରି ମାସରେ କହିଲେ ୫୩ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ସହାୟତା ପ୍ରଦାନ କରାଗଲା। ଗତକାଲି ମୁଖ୍ୟମନ୍ତ୍ରୀ ୩୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟ୍‌କୁ କାଳିଆ ଟଙ୍କା ପ୍ରଦାନ କରିଥିବା ନେଇ ଘୋଷଣା କରିଛନ୍ତି। କେଉଁଟା ଠିକ୍‌? କାହିଁକି ଏପରି ଚାଷୀଙ୍କୁ ଭଣ୍ଡାଉଛନ୍ତି? ପିପିଲି ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସେଠାରେ କାଳିଆ ସହାୟତା ସିନା ବଣ୍ଟନ ହୋଇପାରିବନି। କିନ୍ତି ବିଜେଡିର ନେତାମାନେ ପିପିଲି ନିର୍ବାଚନମଣ୍ଡଳୀର ଗାଁ ଗାଁ ବୁଲି କାଳିଆ ଯୋଜନା ବିଷୟରେ ପ୍ରଚାର କରିବେ। ଚାଷୀଙ୍କ ଆଧାରକାର୍ଡ଼ ସଂଗ୍ରହ କରିବା ନାଁରେ ପ୍ରଭାବିତ କରି କହିବେ, ବିଜେଡିକୁ ଭୋଟ ଦିଅ। ଭୋଟ ସରିବା ପରେ ସମସ୍ତ ଚାଷୀଙ୍କ ଆକାଉଣ୍ଟ୍‌କୁ ୨ ହଜାର ଟଙ୍କାର ସହାୟତା ମିଳିବ। ଏଥିରୁ ଜଣାପଡ଼ୁଛି ପିପିଲି ଉପନିର୍ବାଚନକୁ ବିଜେଡି ସପକ୍ଷରେ ଜିତାଇବା ପାଇଁ ମୁଖ୍ୟମନ୍ତ୍ରୀ ଏକପ୍ରକାର ଷଡ଼ଯନ୍ତ୍ର କରିଛନ୍ତି। ଆଜି ଏପରି କଟାକ୍ଷ କରି ଅଭିଯୋଗ କରିଛନ୍ତି, ବିଜେପିର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ। ଦାବି କରିଛନ୍ତି, ସରାକାରଙ୍କ ଏହି ଚାଲକୁ ଚାଷୀମାନେ ବୁଝିସାରିଲେଣି। ଆଗାମୀ ଦିନରେ ସରକାରଙ୍କ ବିରୋଧରେ ବଡ଼ ସଂଗ୍ରାମ ପାଇଁ ଚାଷୀମାନେ ଅଣ୍ଟା ଭିଡ଼ିଲେଣି।

ଶ୍ରୀ ପୁରୋହିତ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଗତ ଫେବ୍ରୁଆରି ୧୨ ତାରିଖରେ ୫୩ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୧୨୭୩ କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ଘୋଷଣା କରିଦେଲେ। ୨ ମାସ ପରେ ପୁଣି ଥରେ ଗତକାଲି ପବିତ୍ର ଉତ୍କଳ ଦିବସ ଅବସରରେ ପିପିଲିର ଚାଷୀଙ୍କୁ ଛାଡ଼ି ୩୪ ଲକ୍ଷ ଚାଷୀଙ୍କୁ ୬୯୩ କୋଟି ୯୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଥରକୁ ଥର ଏପରି ଭିନ୍ନ ଭିନ୍ନ ପ୍ରକାର ହିତାଧିକାରୀଙ୍କ ସଂଖ୍ୟା ଘୋଷଣା କରିବ ପଛର ରହସ୍ୟ କଣ? ଯଦି ଏବେ କହୁଛନ୍ତି ୩୪ ଲକ୍ଷ ଚାଷୀ ତାହେଲେ ପ୍ରତି ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରରେ କେତେ ସଂଖ୍ୟକ ଚାଷୀ ଏହି କାଳିଆ ଯୋଜନାର ହିତାଧିକାରୀ ତାର ତାଲିକା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଲଗାନ୍ତୁ। ସରକାରଙ୍କ ଚାଷୀ ମାରଣ ନୀତିକୁ ଚାଷୀମାନେ ଭଲଭାବେ ବୁଝିସାରିଲେଣି। ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe