ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସର୍କିଟ୍ ହାଉସ୍‌ ନିର୍ମାଣ ପ୍ରସଙ୍ଗ: ଜିଲ୍ଲା ପ୍ରଶାସନକୁ ମିଳିନି ସରକାରୀ ସୂଚନା

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକଙ୍କୁ ବାରଣ ନେଇ ବଢ଼ିଲା ଅସନ୍ତୋଷ

thehindinewz.com

ବାରିପଦା : ମହାମହିମ୍‌ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ରହଣି ପାଇଁ ତାଙ୍କ ଘର ରାଇରଙ୍ଗପୁରରେ ୫୦ କୋଟି ବ୍ୟୟରେ ଏକ ସ୍ବତନ୍ତ୍ର ସର୍କିଟ୍ ହାଉସ୍ ନିର୍ମାଣ କରାଯିବ। ଏଥିପାଇଁ ରାଇରଙ୍ଗପୁର ମହୁଲଡ଼ିହା ମୌଜାରେ ୫ ଏକର ଜାଗା ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରୀୟ ପୂର୍ତ୍ତ ବିଭାଗ ସର୍କିଟ୍ ହାଉସ୍ ନିର୍ମାଣ ଦାୟିତ୍ବ ନେବ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ରାଇରଙ୍ଗପୁରରେ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ ନିର୍ମାଣ ସଂପର୍କରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ପଚରାଯିବାରୁ ତାଙ୍କ ପାଖରେ ଏ ନେଇ କିଛି ସୂଚନା ନାହିଁ ବୋଲି ପ୍ରକାଶ କରିଛନ୍ତି। କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପାଖରୁ ଏ ବାବଦରେ କୌଣସି ଚିଠି ମିଳିନଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳ (ରାଜସ୍ବ) ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe