ଭିମସାର୍‌ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ ପ୍ରସଙ୍ଗ: ହାଇକୋର୍ଟ ଗଲେ ସରକାର, ୫୦ ହଜାର ତଣ୍ଡ ପରେ ଆବେଦନ ଗୃହୀତ

Advertisment

୩ କର୍ମଚାରୀଙ୍କୁ ପୁଣି ନିଯୁକ୍ତି ମିଳିଲା

୩ କର୍ମଚାରୀଙ୍କୁ ପୁଣି ନିଯୁକ୍ତି ମିଳିଲା

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

ସମ୍ବଲପୁର/ବୁର୍ଲା/କଟକ : ୨୦୦୭ ମସିହାରେ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ ବୁର୍ଲା (ବର୍ତ୍ତମାନର ଭିମସାର୍‌)ର ୩ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ବେଆଇନ୍‌ଭାବେ ଛଟେଇ କରାଯିବା ଘଟଣା ବର୍ତ୍ତମାନର ଭିମସାର୍‌ କର୍ତ୍ତୃପକ୍ଷଙ୍କ ସମେତ ରାଜ୍ୟ ସରକାରଙ୍କ ଗଳାର କଣ୍ଟା ପାଲଟି ଯାଇଛି। ଗତ ୨୧ ତାରିଖରୁ ଭିମ୍‌ସାର୍‌ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଛି। ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ସମସ୍ତ ଆସବାବପତ୍ର, ଗାଡ଼ି, ଆକାଉଣ୍ଟସ ବିଭାଗ, ସମସ୍ତ କମ୍ପ୍ୟୁଟର, ଆସବାବପତ୍ର ଓ ଦସ୍ତାବିଜ୍ ସିଲ୍ କରାଯାଇଛି। ତେବେ, ଜିଲ୍ଲା କୋର୍ଟଙ୍କ ଆଦେଶ ବିରୋଧରେ ୫ ବର୍ଷ ବିଳମ୍ବରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାରୁ ୫୦ ହଜାର ଟଙ୍କା ତଣ୍ଡ ଗଣିଛନ୍ତି। ୫୦ ହଜାର ଜରିମାନା ଦାଖଲ ପରେ ହାଇକୋର୍ଟ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି।

ଅପରପକ୍ଷରେ ଚୂଡ଼ାନ୍ତ ଆଦେଶ ନଆସିବା ପର୍ଯ୍ୟନ୍ତ ବହିଷ୍କୃତ ହୋଇଥିବା ତିନି କର୍ମଚାରୀଙ୍କୁ ଚାକିରିରୁ ବାହାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବଜିତ ମହାନ୍ତି ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଏହି ନିର୍ଦ୍ଦେଶ ଜାରି ହୋଇଥିବାବେଳେ ଏହା ପାଳନ କରିବାକୁ ଯାଇ ଭିମସାର୍‌ କର୍ତ୍ତୃପକ୍ଷ ତତ୍‌କ୍ଷଣାତ୍ ଆଜି ହିଁ ଉକ୍ତ ତିନି କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ତିନି କର୍ମଚାରୀଙ୍କୁ ସେମାନେ ପୂର୍ବରୁ ଥିବା ପଦବିରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।

୩ ଜଣ କର୍ମଚାରୀ ହେଲେ; ବୁର୍ଲା ନିବାସୀ ରେବତୀକାନ୍ତ କଲେତ (ସଫେଇ କର୍ମଚାରୀ), ଢେଙ୍କାନାଳ ନିବାସୀ କ୍ଷୀରୋଦ କୁମାର ସାହୁ ( ଗେଟ କିପର ଓ ଇଲେକ୍ଟ୍ରିସିଏନ), ବରଗଡ ଜିଲ୍ଲା ଅତାବିରା ନିବାସୀ ଶମ୍ଭୁନାଥ ସାହୁ (ଆଟେଣ୍ଡେଣ୍ଟ)। ଉଲ୍ଲେଖଯୋଗ୍ୟ, କର୍ମଚାରୀଙ୍କ ମାମଲାର ଶୁଣାଣି କରି ଜିଲ୍ଲା କୋର୍ଟ ଭିମସାର୍‌ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସିଲ୍ ଓ ସମ୍ପତ୍ତି ଜବତ ପାଇଁ ଆଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe