ସରକାରୀ ସ୍କୁଲ ପିଲାଙ୍କୁ ଇଞ୍ଜିନିୟରିଂ ଓ ମେଡ଼ିକାଲ ସିଟ୍ ସଂରକ୍ଷଣ ପ୍ରସଙ୍ଗ : ଜଷ୍ଟିସ୍ ଅକ୍ଷୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କମି

ସରକାରୀ ସ୍କୁଲ ପିଲାଙ୍କୁ ଇଞ୍ଜିନିୟରିଂ ଓ ମେଡ଼ିକାଲ ସିଟ୍ ସଂରକ୍ଷଣ ପ୍ରସଙ୍ଗ : ଜଷ୍ଟିସ୍ ଅକ୍ଷୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କମି

BreakingOdisha.com

ଭୁବନେଶ୍ବର : ରାଜ୍ୟରେ ଇଞ୍ଜିନିୟରିଂ ଏବଂ ମେଡିକାଲ ପାଠ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ସଂରକ୍ଷଣ ସଂକ୍ରାନ୍ତରେ ସୁପାରିସ ଲାଗି ରାଜ୍ୟ ସରକାର ଆଜି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅକ୍ଷୟ କୁମାର ମିଶ୍ରଙ୍କୁ ଏହାର ଅଧ୍ୟକ୍ଷ କରାଯାଇଛି। କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାର ଦାସ, ଡାକ୍ତରୀ ଶିକ୍ଷା ଏବଂ ତାଲିମ୍ ନିର୍ଦେଶକ ଡାକ୍ତର ସିବିକେ ମହାନ୍ତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ବି ଏସ୍‌ ପୁନିଆ, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶକ ଜି ରେଘୁ ସଦସ୍ୟ ରହିବେ। ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଡ.ଏ କେ ନାୟକ ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ।

ଜଷ୍ଟିସ୍ ମିଶ୍ର ୧୯୫୮ ମସିହାରେ ଯାଜପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ୍ଏ ଓ ଆଇନ ପାସ୍ କରିବା ପରେ କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲ୍‌ଏଲ୍‌ଏମ୍ ପାସ୍ କରିଥିଲେ। ୨୦୦୨ରେ ସେ ‘‘ରାଇଟ୍ ଟୁ ସ୍ପିଡ୍ ଟ୍ରାଏଲ୍’’ରେ ପିଏଚ୍‌ଡି କରିଥିଲେ। ପରେ ଓଡିଶା ଜୁଡିସିଆଲ ଏକାଡେମି, ସିବିଆଇ, ସ୍ପେଶାଲ ଜଜ ଏବଂ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ଯ୍ୟ କରିଥିଲେ।

ଉଲ୍ଲେଖଥାଉକି, ଗତ ଡିସେମ୍ବର ୨୮ ତାରିଖରେ କ୍ୟାବିନେଟ୍ ବୈଠକରେ ରାଜ୍ୟର ଇଞ୍ଜିନିୟରିଂ ଓ ମେଡ଼ିକାଲ ପାଠ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ସଂରକ୍ଷଣ ସଂପର୍କରେ ନିଷ୍ପତ୍ତି ହୋଇଥିଲା। ଏ ସଂପର୍କରେ ସୁପାରିସ କରିବା ଲାଗି ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ ବୋଲି ସରକାର ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe