The Tribune
ଭୁବନେଶ୍ବର : ଶିକ୍ଷା ଅଧିକାର ଆଇନ(ଆରଟିଇ) ମାଧ୍ୟମରେ ଗରିବ ତଥା ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନାମଲେଖା ଘରୋଇ ବିଦ୍ୟାଳୟରେ ଚାଲୁ ରହିଛି। ତେବେ ୨୮୯୮ ଛାତ୍ରଛାତ୍ରୀ ବିଳମ୍ବରେ ଆରଟିଇ ପୋର୍ଟାଲରେ ସାମିଲ ହୋଇଥିବାରୁ ନାମଲେଖା କ୍ୟାଲେଣ୍ଡରରେ କିଛିଟା ପରିବର୍ତନ କରାଯାଇଛି। ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ସ୍ତରରେ ହେବାକୁ ଥିବା ଡକ୍ୟୁଡେଣ୍ଟ ଯାଞ୍ଚ ତାରିଖକୁ ଜୁଲାଇ ୧୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ୨୦ତାରିଖ ସୁଦ୍ଧା କେନ୍ଦ୍ରୀୟ ଲଟେରି ଉଠାଣ, ସ୍କୁଲକୁ ତାଲିକା ପଠାଇବା ତାରିଖ ୨୨ ପର୍ଯ୍ୟନ୍ତ ବଢ଼ାଯାଇଛି। ଜୁଲାଇ ୨୩ରୁ ୩୧ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଅଗଷ୍ଟ ୧ରୁ ୧୦ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
Follow Us