ବାରିକ ପରିବାରକୁ ଆର୍ଥିକ ସହାୟତା ପ୍ରସଂଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା, ୨୦ରେ ଶୁଣାଣି 

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଶ୍ବସ୍ତି: ନିର୍ବାଚନୀ ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

Image Courtesy of The New Indian Express

କଟକ : କରୋନା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ସେଲୁନ, ପାର୍ଲର କାରିଗର ଓ ଗ୍ରାମାଞ୍ଚଳରେ ଯଜମାନି କାମକରି ପେଟ ପୋଷୁଥିବା ବାରିକ ପରିବାରଗୁଡିକ ଦୁରବସ୍ଥା ଦେଇ ଗତି କରୁଛନ୍ତି। ଗତବର୍ଷଠାରୁ କରୋନା କଟକଣା ଯୋଗୁଁ ବାରିକ ପରିବାରଗୁଡିକର ରୋଜଗାର ପ୍ରଭାବିତ ହୋଇଥିବା ବେଳେ ସରକାର କିନ୍ତୁ କୌଣସି ଆର୍ଥିକ ସହାୟତା ପ୍ରଦାନ କରୁ ନାହାନ୍ତି। କରୋନା ସଂକ୍ରମଣ ସ୍ଥିତିରେ କୃଷକଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ବ୍ୟବସାୟୀ ଓ ଶ୍ରମିକଙ୍କୁ ସରକାର ଆର୍ଥିକ ସହାୟତା ସହିତ ବିଭିନ୍ନ ଯୋଜନାରେ ସାମିଲ କରିଛନ୍ତି। କିନ୍ତୁ ବାରିକ ପରିବାରଗୁଡିକୁ ଏପରି ସହାୟତାରୁ ବଞ୍ଚିତ କରାଯାଇଛି। ଏହି ପ୍ରସଂଗରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ। ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ ଓ ଅନ୍ୟ ପ୍ରଭାବିତ ବର୍ଗଙ୍କ ଭଳି ବାରିକ ପରିବାରଗୁଡିକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ନିଖିଳ ଉତ୍କଳ ବାରିକ ସମିତି ପକ୍ଷରୁ ସଭାପତି ଅକ୍ଷୟ କୁମାର ବାରିକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସେପ୍ଟେମ୍ବର ୨୦କୁ ଏହି ଜନସ୍ବାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ମାମଲାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ, ଶ୍ରମ ବିଭାଗ, କଟକ ଜିଲ୍ଲାପାଳ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe