ମହାନଦୀର ଜଳ ପରିଚାଳନା ପ୍ରସଙ୍ଗ: ମହାନଦୀ ବଞ୍ଚାଅ ଆନ୍ଦୋଳନର ଦାବି, ‘ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା କରାଯାଉ’

Advertisment
ମହାନଦୀର ଜଳ ପରିଚାଳନା ପ୍ରସଙ୍ଗ: ମହାନଦୀ ବଞ୍ଚାଅ ଆନ୍ଦୋଳନର ଦାବି, ‘ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା କରାଯାଉ’

India TV News

ଭୁବନେଶ୍ୱର : ମହାନଦୀର ଜଳ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ହେବା ଜରୁରୀ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାରଙ୍କ ନିକଟରେ ଏହି ଦାବି କରିଛି।

ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡ଼ରେ ୪/୫ ଟି ଜିଲ୍ଲା ଜଳାର୍ଣ୍ଣବ ହୋଇଛି ଏବଂ ଜନଜୀବନ ଗଭୀର ଭାବରେ ପ୍ରଭାବିତ ହୋଇଛି। ନିଜର ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାପାଇଁ ଛତିଶଗଡ଼ ମହାନଦୀରେ ନିର୍ମାଣ କରିଥିବା ୬ଟି ବ୍ୟାରେଜର ଗଚ୍ଛିତ ନିଷ୍କାସନ ପାଇଁ ସବୁ ବ୍ୟାରେଜ୍‌ର ସମସ୍ତ ଗେଟ୍‌ ଖୋଲି ଦେଇପାରେ। ସେହି କାରଣରୁ ଅବା ହୀରାକୁଦର ଠେଁସାପାଣିରୁ ତ୍ରାହି ପାଇବାପାଇଁ ଛତିଶଗଡ଼ର ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଓଡ଼ିଶାର ମୁଖ୍ୟଯନ୍ତ୍ରୀଙ୍କୁ ହୀରାକୁଦର ଅଧିକ ଗେଟ୍‌ ଖୋଲିବା ପାଇଁ ଅନୁରୋଧ କରିଛନ୍ତି। ପ୍ରକୃତରେ ବର୍ତ୍ତମାନ ପରି ଆଉ କିଛିଦିନ ଧରି ଲଗାଣ ବର୍ଷା ଉପର ମୁଣ୍ଡରେ ଲାଗିରହେ ଏବଂ ଛତିଶଗଡ଼ ମହାନଦୀ ଉପରେ ଥିବା ସବୁ ବ୍ୟାରେଜର ଗେଟ୍‌ ସବୁ ଖୋଲିଦିଅନ୍ତି, ହୀରାକୁଦ ସହିତ ଓଡ଼ିଶା ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ହେବା ଜରୁରୀ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି।

ରାଜ୍ୟ ସରକାର ହୀରାକୁଦ ତଳ ମୁଣ୍ଡରେ ମହାନଦୀ ପାଣି ସଂରକ୍ଷଣ ତଥା ନଦୀର ସୁରକ୍ଷା ପାଇଁ କୌଣସି ଠୋସ୍‌ ପଦକ୍ଷେପ ନନେବା ଓଡ଼ିଶା ପ୍ରତି ପ୍ରତାରଣା ବୋଲି ଆନ୍ଦୋଳନର ଉପଦେଷ୍ଟା ଲଳିତ ମୋହନ ପଟନାୟକ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ପ୍ରବକ୍ତା ପ୍ରସନ୍ନ ବିଶୋଇ ପ୍ରମୁଖ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe