ମହିଳା ଓ ଶିଶୁ ଅପରାଧ ରୋକିବା ପ୍ରସଙ୍ଗ : ଆଇଜିଙ୍କ ନେତୃତ୍ବରେ ଖୋଲିବ ସ୍ବତନ୍ତ୍ର ଶାଖା

Advertisment
ଖାକିରେ ଦାଗ! ବିବାହିତାଙ୍କୁ ମାରଣାସ୍ତ୍ର ଦେଖାଇ ହାବିଲଦାରଙ୍କ ଦୁଷ୍କର୍ମ

kashmirreader.com

ଭୁବନେଶ୍ବର : ରାଜ୍ୟରେ ଶିଶୁ ଓ ମହିଳାଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇଛନ୍ତି। ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଯେଉଁ ସ୍ବତନ୍ତ୍ର ଶାଖା କଥା ମୁଖ୍ୟମନ୍ତ୍ରୀ ପୁଲିସ ଅଧିକାରୀଙ୍କ ସମ୍ମିଳନୀରେ ଘୋଷଣା କରିଥିଲେ, ସେଥିପାଇଁ ଆଜି ପଦବିକୁ ମଞ୍ଜୁରି ମିଳିଛି। ମୋଟ ୬୨ଜଣଙ୍କୁ ନେଇ ପୁଲିସର ଏହି ସ୍ବତନ୍ତ୍ର ଶାଖା କାର୍ଯ୍ୟ କରିବ।

ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏଥିରେ ପୁଲିସ ବିଭାଗର ୬୦ଟି ପଦବି ସହିତ ସାଇବର୍ ଫରେନସିକ୍ ଏବଂ ଆଇଟି ବିଶେଷଜ୍ଞ ପାଇଁ ୨ଟି ପଦବିକୁ ମଧ୍ୟ ମଞ୍ଜୁର କରାଯାଇଛି। ଏହି ଶାଖା ଜଣେ ଆଇଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ କାର୍ଯ୍ୟ କରିବ। ଏଥିରେ ଦୁଇଜଣ ଅତିରିକ୍ତ ଏସ୍‌ପି କାର୍ଯ୍ୟ କରିବେ। ଏମାନଙ୍କ ବ୍ୟତୀତ ୧୦ ଜଣ ଡିଏସ୍‌ପି, ୯ ଜଣ ଇନ୍‌ସପେକ୍ଟର, ୧୦ ଜଣ ସବ୍ ଇନ୍ସପେକ୍ଟର, ୮ ଜଣ ଏଏସ୍ଆଇ ଓ ୧୪ ଜଣ କନେଷ୍ଟବଳଙ୍କୁ ନିଯୁକ୍ତି ଦିଆଯିବ। ଏହା ସହିତ ମନ୍ତ୍ରାଳୟର ୫ ପଦବିକୁ ମଧ୍ୟ ମଞ୍ଜୁର କରାଯାଇଛି।

ସରକାର କହିଛନ୍ତି, ମୁଖ୍ୟମନ୍ତ୍ରୀ ସବୁବେଳେ ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି। ସେମାନଙ୍କ ଉପରେ ହେଉଥିବା ନିର୍ଯାତନା ତଥା ସେହି ସଂକ୍ରାନ୍ତୀୟ ଅପରାଧକୁ ଯେପରି ରୋକାଯାଇପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ ସେଥିପ୍ରତି ଏହି ସ୍ବତନ୍ତ୍ର ଶାଖା ଧ୍ୟାନ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe