ବେତନପ୍ରାପ୍ତ ଅମିନଙ୍କ ପଦୋନ୍ନତି ପ୍ରସଙ୍ଗରେ ଜବାବ ତଲବ 

Advertisment
ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଶ୍ବସ୍ତି: ନିର୍ବାଚନୀ ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

Image Courtesy of The New Indian Express

କଟକ : ରାଜ୍ୟର ବିଭିନ୍ନ ଅଦାଲତ ପାଇଁ ରହିଥିବା ବେତନପ୍ରାପ୍ତ ଅମିନଙ୍କ ପଦୋନ୍ନତି ଓ ବେତନ ବୃଦ୍ଧି ପ୍ରସଙ୍ଗ ସଂପର୍କିତ ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଲ୍ ଓଡ଼ିଶା ଜୁଡିସିଆଲ ଏମ୍ପ୍ଲୟିଜ୍ ଆସୋସିଏସନ୍ ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହିତ ଜବାବ ତଲବ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୩ ଶହରୁ ଅଧିକ ଅଦାଲତ ରହିଥିବା ବେଳେ ମାତ୍ର ୫୬ ଜଣ ବେତନପ୍ରାପ୍ତ ଅମିନ ରହିଛନ୍ତି। ଦେୱାନୀ ଅଦାଲତରେ କାର୍ଯ୍ୟ କରୁଥିବା ଏହି ଅମିନଙ୍କ ସଂଖ୍ୟା ଯଥେଷ୍ଟ କମ୍ ଥିବା ବେଳେ ବିଭିନ୍ନ ସମୟରେ କାମ ଚାପ ଅଧିକ ରହୁଛି। ଅନ୍ୟ ପକ୍ଷରେ ଏହି ଅମିନଙ୍କ ଦରମା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଅମିନଙ୍କ ଠାରୁ ମଧ୍ୟ କମ୍ ରହିଛି।  ଏଥି ସହିତ ପଦୋନ୍ନତି ମଧ୍ୟ ମିଳୁ ନାହିଁ।

୧୯୯୦ ମସିହାରେ ହାଇକୋର୍ଟ ଏପରି ଅମିନଙ୍କ ଦରମା ବୃଦ୍ଧି ସହିତ ପଦୋନ୍ନତି ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଉ ନାହିଁ। ଫଳରେ ଏପରି ଅମିନଙ୍କୁ ବେତନ ବୃଦ୍ଧି ଓ ପଦୋନ୍ନତି ସୁବିଧା ମିଳି ପାରୁ ନାହିଁ ବୋଲି ଦର୍ଶାଇ ହାଇକୋର୍ଟରେ ୨୦୨୦ରେ ଏହି ମାମଲା ରୁଜୁ ହୋଇଥିଲା। ମାମଲାରେ ରାଜ୍ୟ ସରକାର ଓ ହାଇକୋର୍ଟ‌ ରେଜିଷ୍ଟ୍ରାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe