ଓଡ଼ିଶାରେ ଡ୍ରପ୍‌ଆଉଟ୍‌ ବଢ଼ିବା ପ୍ରସଙ୍ଗ: ରାଜ୍ୟ-କେନ୍ଦ୍ର ମୁହାଁମୁହିଁ

Advertisment

‘ୟୁଡାଇଜ୍‌+’ ତଥ୍ୟ ଉପରେ ଶିକ୍ଷା ମନ୍ତ୍ରଣାଳୟର ସ୍ପଷ୍ଟୀକରଣ

‘ୟୁଡାଇଜ୍‌+’ ତଥ୍ୟ ଉପରେ ଶିକ୍ଷା ମନ୍ତ୍ରଣାଳୟର ସ୍ପଷ୍ଟୀକରଣ

ଘରୋଇ ସ୍କୁଲରେ ପଢ଼ିବାକୁ ୯୭୧୭ ଗରିବ ପିଲା ଯୋଗ୍ୟ

Tribune India

ଭୁବନେଶ୍ବର : ଓଡ଼ିଶାର ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପିଲାଙ୍କ ଡ୍ରପ୍‌ଆଉଟ୍‌ ସମ୍ପର୍କରେ ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫର୍ମେସନ ସିଷ୍ଟମ ଫର ଏଜୁକେସନ ପ୍ଲସ (ୟୁଡାଇଜ୍‌+)ରେ ପ୍ରକାଶିତ ତଥ୍ୟର ବିଶ୍ୱାସନୀୟତା ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧାନସଭାରେ ଉତ୍ତର ରଖିଥିଲେ। ଯାହାକୁ ନେଇ ଏବେ କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ ଉତ୍ତର ଉପରେ ସ୍ପଷ୍ଟୀକରଣ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରିପୋର୍ଟ ପ୍ରସ୍ତୁତି ପ୍ରଣାଳୀରେ କୌଣସି ତ୍ରୁଟି ନାହିଁ। ରାଜ୍ୟ ସରକାରଙ୍କ ତଥ୍ୟ ଆଧାରରେ ହିଁ ରିପୋର୍ଟ ପ୍ରକାଶ କରାଯାଉଛି। ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ‘ୟୁଡାଇଜ୍‌+’ ସର୍ବବୃହତ ସୂଚନା ପରିଚାଳନା ବ୍ୟବସ୍ଥା। ଏଥିରେ ଦେଶର ୧୪.୮୯ ଲକ୍ଷରୁ ଅଧିକ ବିଦ୍ୟାଳୟ, ୯୫ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଓ ୨୬ କୋଟି ୫୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି। ସବୁ ରାଜ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ତଥ୍ୟ ସଙ୍କଳନ ପ୍ରସ୍ତୁତ କରିଥାନ୍ତି। ଏହା ବ୍ଲକ/କ୍ଲଷ୍ଟରସ୍ତରୀୟ, ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରିବା ପରେ ରାଜ୍ୟସ୍ତରରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ(ଏସପିଡି)ଙ୍କ ଦ୍ୱାରା ତଥ୍ୟକୁ ଚୂଡ଼ାନ୍ତ କରାଯାଇଥାଏ। ସମ୍ପୃକ୍ତ ରାଜ୍ୟ ଦ୍ୱାରା ହିଁ ନିଜ ଆଡ଼ୁ ୟୁଡାଇଜ୍‌+ ପୋର୍ଟାଲରେ ତଥ୍ୟ ପ୍ରଦାନ କରାଯାଇଛି।

‘ୟୁଡାଇଜ୍‌+’ରେ ତଥ୍ୟ ବିଦ୍ୟାଳୟ ଅନୁଯାୟୀ ସଂଗ୍ରହ କରାଯାଇଥାଏ। ସବୁ ବିଦ୍ୟାଳୟକୁ ଲଗ୍‌ଇନ୍ ଆଇଡି ଓ ପାସୱାର୍ଡ ଦିଆଯାଇଛି, ଫଳରେ ସମ୍ପୃକ୍ତ ବିଦ୍ୟାଳୟ ନିଜେ ସଙ୍କଳିତ କରିଥିବା ତଥ୍ୟକୁ ଅନଲାଇନ ମାଧ୍ୟମରେ ଅପଲୋଡ୍ କରିପାରିବେ। ‘ୟୁଡାଇଜ୍‌+’ର ୨୦୨୦-୨୧ ଶିକ୍ଷାବର୍ଷ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୨୧.୪୨ ଲକ୍ଷ ଛାତ୍ରଛାତ୍ରୀ ଓ ମାଧ୍ୟମିକ ସ୍ତରରେ ୧୩.୨୫ ଲକ୍ଷ ଛାତ୍ରଛାତ୍ରୀ ରହିଥିଲେ। ଅନୁରୂପ ଭାବେ ୨୦୨୧-୨୨ରେ ଉଚ୍ଚ ପ୍ରାଥମିକ ସ୍ତରରେ ୨୦.୭୨ ଲକ୍ଷ ଓ ମାଧ୍ୟମିକ ସ୍ତରରେ ୧୨.୪୬ ଲକ୍ଷ ଛାତ୍ରଛାତ୍ରୀ ଥିଲେ। ତେଣୁ ଓଡ଼ିଶାରେ ଉଭୟ ସ୍ତରରେ ଛାତ୍ରଛାତ୍ରୀଙ୍କ ନାମଲେଖା ହ୍ରାସ ପାଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।

୨୦୨୧-୨୨ ଶିକ୍ଷାବର୍ଷର ୟୁଡାଇଜ୍‌+ ତଥ୍ୟରେ ମଧ୍ୟ ଦର୍ଶାଯାଇଛି ଯେ ଓଡ଼ିଶାରେ ଉଚ୍ଚ ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ୍ ୭.୩% ଓ ମାଧ୍ୟମିକ ସ୍ତରରେ ୨୭.୩% ରହିଛି। ଜାତୀୟସ୍ତରରେ ଏହା ଯଥାକ୍ରମେ ୩% ଓ ୧୨.୬% ରହିଛି। ଉଚ୍ଚ ପ୍ରାଥମିକ ସ୍ତରରେ ଝିଅମାନଙ୍କ ଡ୍ରପଆଉଟ୍ ହାର ଓଡ଼ିଶାରେ ୬.୫% ଓ ମାଧ୍ୟମିକ ସ୍ତରରେ ୨୫% ରହିଛି। ଅନ୍ୟପଟେ ଜାତୀୟସ୍ତରରେ ଏହି ହାର ଯଥାକ୍ରମେ ୩.୩% ଓ ୧୨.୩% ରହିଛି। ଉତ୍ତର ପ୍ରଦେଶରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ୍ ହାର ଉଚ୍ଚ ପ୍ରାଥମିକ ସ୍ତରରେ ୨.୯% ଓ ମାଧ୍ୟମିକ ସ୍ତରରେ ୯.୭% ରହିଥିବା ଶିକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe