The New Indian Express
କଟକ : କେବଳ ସରକାରୀ ନୁହେଁ, ଘରୋଇ ଡାକ୍ତରଖାନାକୁ ମଧ୍ୟ ରୋଗୀଙ୍କୁ ନେବାପାଇଁ ୧୦୮ ଆମ୍ବୁଲାନ୍ସ ସେବା ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ଭଲ କାରଣ ପାଇଁ ଏହି ମାମଲା ଦାୟର ହୋଇଥିବାବେଳେ ନିର୍ଦ୍ଦିଷ୍ଟ ଘଟଣା ସଂକ୍ରାନ୍ତରେ ଆବେଦନରେ ତଥ୍ୟ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ପ୍ରୟୋଗସିଦ୍ଧ ଓ ଅନୁଭବ ସଂପର୍କିତ ତଥ୍ୟ ସହିତ ଏହି ପ୍ରସଙ୍ଗରେ ଆବେଦନକାରୀ ସାନି ଆବେଦନ କରିପାରିବେ ବୋଲି ହାଇକୋର୍ଟ ଶୁଣାଣି ସମୟରେ କହିଥିଲେ। ଏଥିସହିତ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ଆଜି ଅନ୍ତ ଘଟାଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ସରକାରୀ ସହିତ ଘରୋଇ ଡାକ୍ତରଖାନାକୁ ମଧ୍ୟ ରୋଗୀଙ୍କୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ପ୍ରସଙ୍ଗ ନେଇ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା।
Follow Us