ଟ୍ୟୁସନ୍‌ ଫି’ଛାଡ ପ୍ରସଙ୍ଗ : ଅମାନିଆ ଘରୋଇ ସ୍କୁଲକୁ ଜିଲ୍ଲା ପ୍ରଶାସନ ଛାଟ୍‌

୭ରୁ ଖୋଲିବ ଶିକ୍ଷାନୁଷ୍ଠାନ; ପ୍ରଥମେ ହାଇସ୍କୁଲ୍, କଲେଜ, ୧୪ରୁ ଖୋଲିବ ପ୍ରଥମରୁ ୭ମ

The Indian Expert

୨୫ରେ ଏଡିଏମ୍‌ ଅଫିସ୍‌ରେ ବୈଠକ
ନିଷ୍ପତ୍ତି ନ ମାନିଲେ ଅଭିଭାବକ ସଂଘର ଆନ୍ଦୋଳନ ଧମକ

ରାଉରକେଲା: ଅଭିଭାବକଙ୍କୁ ଟ୍ୟୁସନ୍‌ ଫି’ ଜୁଲମ୍‌ କରୁଥିବା ଘରୋଇ ସ୍କୁଲ ଉପରେ ଅଙ୍କୁଶ ଲଗାଇବାକୁ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ। ଯେଉଁମାନେ ଉଚ୍ଚ ନ୍ୟାୟାଳୟର ରାୟ ଓ ସରକାରଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଉରକେଲା ସହରରେ ସିବିଏସ୍ଇ ପରିଚାଳନାଧୀନ ସ୍କୁଲଗୁଡ଼ିକ ଯେତିକି ଜୁଲମ୍‌ କରୁଛନ୍ତି, ତା’ ଠାରୁ ଢ଼େର ତାଗିଦ୍‌ କରୁଛି ଆସିଏସ୍‌ଇ ପରିଚାଳନାଧୀନ ସ୍କୁଲ। କିଛି ଆଇସିଏସ୍‌ଇ ସ୍କୁଲର କର୍ତ୍ତୃପକ୍ଷ ଆମେ ସରକାରଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବୁ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରି ଦେଉଛନ୍ତି। ଯାହା ଅଭିବାବକଙ୍କ ଚିନ୍ତା ବଢ଼ାଇଛି।

ବାରମ୍ବାର ଅଭିଯୋଗ ପରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି କରିଛନ୍ତି। ଆସନ୍ତା ୨୫ରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌ରେ ହଜାର ହେବାକୁ କୁହାଯାଇଛି। ସେହି ଦିନ ସମସ୍ତ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଟ୍ୟୁସନ୍‌ ଫି’ଛାଡ ସଂକ୍ରାନ୍ତରେ ଆଲୋଚନା କରିବେ। ବିଧିବଦ୍ଧ ନିଷ୍ପତ୍ତି ନେବେ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୫ରେ ନିଷ୍କର୍ସ ନ ବାହାରିଲେ ଅଭିଭାବକ ସଂଘ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଉଚ୍ଚ ନ୍ୟାୟାଳୟର ରାୟ ଅନୁଯାୟୀ ସରକାର ମୋଟ ୭ଟି ସ୍ଲାବ୍‌ରେ ଟ୍ୟୁସନ୍‌ ଫି ଛାଡ କରିବାକୁ ରାଜ୍ୟ ସରକାର ଘରୋଇ ସ୍କୁଲଗୁଡ଼ିକୁ ପରାମର୍ଶ ଦେଇଥିଲେ। ବାର୍ଷିକ ଫି, ଆକ୍ଟିଭିଟି ଫି, ୟୁନିଫର୍ମ ଫି, ରିଆଡମିଶନ୍‌ ଫି, ଡେଭଲପମେଣ୍ଟ ଫି ନ ନେବାକୁ କୁହାଯାଇଥିଲା। କୋର୍ଟର ରାୟ, ସରକାରଙ୍କ ପରାମର୍ଶକୁ ରାଉରକେଲା ସମେତ ଜିଲ୍ଲାର ଅଧିକାଂଶ ଘରୋଇ ସ୍କୁଲ ଫୁଃ କରି ଦେଉଛନ୍ତି। ଓଲଟା ବାର୍ଷିକ ଫି, ଟ୍ୟୁସନ୍‌ ଫି ନ ଦେଲେ ପିଲାମାନଙ୍କୁ ପରୀକ୍ଷା, ଅନ୍‌ ଲାଇନ୍‌ ପାଠ ପଢ଼ାରୁ ବଞ୍ଚିତ କରୁଛନ୍ତି। ସ୍କୁଲ ୱାଟ୍‌ସ ଆପ୍‌ ଗ୍ରୁପ୍‌ରୁ ଛାତ୍ରଛାତ୍ରୀଙ୍କ ନା’କୁ ବାଦ୍‌ ଦେଉଛନ୍ତି। ନିକଟରେ ସେକ୍ଟର-୧୯ କାର୍ମେଲ ସ୍କୁଲର କିଛି ଅଭିଭାବକ ସେମାନଙ୍କ ପିଲାଙ୍କ ଟ୍ୟୁସନ୍‌ ଫି ଛାଡ କରିବାକୁ ସ୍କୁଲ୍‌କୁ ଯାଇଥିଲେ। ଟ୍ୟୁସନ୍‌ ଫି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ସ୍କୁଲର ଅଧ୍ୟକ୍ଷ କୌଣସି ପ୍ରକାର ଟ୍ୟୁସନ୍‌ ଫି ଛାଡ କରାଯିବ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରି ଦେଇଥିଲେ। ଅଭିଭାବକମାନେ କୋର୍ଟ ନିର୍ଦ୍ଦେଶ, ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଦେଖାଥିଲେ ହେଁ ସ୍କୁଲ ଅଧ୍ୟକ୍ଷ କିଛି ଶୁଣି ନଥିଲେ। ଫଳରେ ଅଭିଭାବକମାନେ ନିରାଶ ହୋଇ ଫେରିଥିଲେ।

କେବଳ କାର୍ମେଲ ସ୍କୁଲ ନୁହେଁ ସେକ୍ଟର-୨, ଜଗଦା, ବେଦବ୍ୟାସ୍‌, ସେକ୍ଟର-୧୪, ଫର୍ଟିଲାଇଜର, ସୁନ୍ଦରଗଡ ସମେତ କେତେକ ବ୍ଲକର ପ୍ରମୁଖ ଘରୋଇ ସ୍କୁଲ କୋର୍ଟର ନିର୍ଦ୍ଦେଶକ ଓ ସରକାରଙ୍କ ପରାମର୍ଶକୁ ମାନୁ ନାହାନ୍ତି। ସହର ଓ ଏହାର ଆଖ ପାଖରେ ମୋଟ ୯୮ ଟି ଉଭୟ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ଘରୋଇ ସ୍କୁଲ ରହିଛି। ପାଖାପାଖି ୫୦ ହଜାରରୁ ଅଧିକ ପିଲା ପାଠ ପଢ଼ୁଛନ୍ତି। ଏଥି ମଧ୍ୟରେ ରହିଛି ୧୫ ପ୍ରମୁଖ ସ୍କଲ। ଯେଉଁଠି ପ୍ରାୟ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏମାନଙ୍କ ମଧ୍ୟରେ ପ୍ରାୟ ୪୦ % ଗରିବ ଶ୍ରେଣୀର ପିଲା। ଆଇନକୁ ଓ ସରକାରଙ୍କ ପରାମର୍ଶକୁ ସମ୍ମାନ ଜଣାଇ ୨୦୨୦-୨୧ ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ୍‌ ଫି ଛାଡ କରିବାକୁ ସହମତି ପ୍ରକାଶ କରିଛନ୍ତି। ଯେଉଁମାନେ କୋର୍ଟର ନିର୍ଦ୍ଦେଶକୁ ଅବମାନନା କରିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ନିକଟରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe