ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ୍‌ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ପ୍ରସଙ୍ଗ: ଶାସକ-ବିରୋଧୀ ମୁହାଁମୁହିଁ

Advertisment
ସୁପ୍ରିମକୋର୍ଟ ପାଇଁ ଐତିହାସିକ ଦିନ: ସମ୍ବିଧାନ ପୀଠ ଶୁଣାଣିର ସିଧା ପ୍ରସାରଣ

Image Courtesy of The Indian Express

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ: ନରସିଂହ ମିଶ୍ର
ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟରେ ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିପାରନ୍ତି: ଅମର ପଟ୍ଟନାୟକ

ଭୁବନେଶ୍ବର : ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୦ ଉପରେ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ ଦେବା ପରେ ଏହାକୁ ବିରୋଧୀ ଦଳ କଂଗ୍ରେସ ସ୍ବାଗତ କରିଥିବାବେଳେ ଶାସକ ଦଳ ପକ୍ଷରୁ କୁହାଯାଇଛି ଯେ, ଚୂଡ଼ାନ୍ତ ରାୟ ନିଶ୍ଚିତ ରାଜ୍ୟ ସରକାରଙ୍କ ପକ୍ଷରେ ଆସିବ।

ଆଜି ସୁପ୍ରିମକୋର୍ଟଙ୍କ ରାୟ ଉପରେ ମତ ଦେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମତ ରଖି କହିଛନ୍ତି ଯେ, ଏହି ଆଇନକୁ ବିଧାନସଭାରେ ବିରୋଧ କରାଯାଇଥିଲା। ଆଇନ ବିଭାଗର ଆପତ୍ତି ସତ୍ତ୍ବେ ରାଜ୍ୟ ସରକାର ଏହାକୁ ବିଧାନସଭାରେ ଜୋର୍‌ ଜବରଦସ୍ତ ପାସ୍‌ କରିଥିଲେ। ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ଅଟୋନୋମି ନଷ୍ଟ ହେଉଛି। ଏହି ଆଇନ ଦ୍ବାରା ରାଜ୍ୟ ସରକାର ବିଶ୍ବବିଦ୍ୟାଳୟର ସବୁ କାର୍ଯ୍ୟରେ ହସ୍ତକ୍ଷେପ କରିଥାନ୍ତେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାଗଜ, କଲମ କିଣିଲେ ବି ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିଥାନ୍ତା। ତେଣୁ ଏହାକୁ ବିଧାନସଭାରେ ବିରୋଧ କରାଯାଇଥିଲା। ସୁପ୍ରିମକୋର୍ଟ ଏହି ରାୟ ସ୍ୱାଗତଯୋଗ୍ୟ।

ଅପରପକ୍ଷେ ଏହି ରାୟ ଉପରେ ବିଜେଡି ସାଂସଦ ଅମର ପଟ୍ଟନାୟକ ମତ ରଖି କହିଛନ୍ତି ଯେ, ବିଧାନସଭାରେ ସବୁ ଦଳଙ୍କ ଉପସ୍ଥିତିରେ ଏହି ଆଇନ ଉପରେ ଆଲୋଚନା ହୋଇଥିଲା। ସେଠି ତର୍କବିତର୍କ ହୋଇଥିଲା। ଏହାଠାରୁ ଅଧିକ ଭଲ ଆଲୋଚନା କେଉଁଠି ହୋଇପାରିଥାନ୍ତା। ସୁପ୍ରିମକୋର୍ଟ ଏବେ ତିନି ମାସ ପାଇଁ ଏହାକୁ ସ୍ଥଗିତ ରଖି ତର୍ଜମା କରୁଛନ୍ତି। ଏହି ଆଇନରେ କିଛି ଭୁଲ ନଥିବା ନେଇ ହାଇକୋର୍ଟ ପୂର୍ବରୁ ରାୟ ଦେଇଥିଲେ। ତେଣୁ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରିବା। ଆ‌ଶା କରୁଛୁ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ୍‌ ରଖିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe