ଟିକାକରଣ କେନ୍ଦ୍ରକୁ ଆସି ପାରୁ ନ ଥିବା ବ୍ୟକ୍ତିଙ୍କୁ ଟିକା ପ୍ରଦାନ ପ୍ରସଂଗ: ରାଜ୍ୟ ସରକାରଙ୍କ ନିକଟରୁ ହାଇକୋର୍ଟଙ୍କ ଜବାବ ତଲବ

Advertisment
ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

କଟକ : ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଯିବା ସ୍ଥିତିରେ ନାହାନ୍ତି, ସେମାନଙ୍କୁ ଟିକା ଦେବା ପାଇଁ କ'ଣ ବ୍ୟବସ୍ଥା ଗ୍ରହଣ କରାଯାଉଛି, ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି।

ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଏହି ପ୍ରସଂଗରେ ରାଜ୍ୟ ସରକାର ବ୍ୟବସ୍ଥା ଗ୍ରହଣ କରିବେ। ଖଣ୍ଡପୀଠ ମାମଲାର ଶୁଣାଣି କରି ଟିକାକରଣ କେନ୍ଦ୍ରକୁ ଯିବାରେ ଅସମର୍ଥ ବ୍ୟକ୍ତିଙ୍କୁ ଟିକା ପ୍ରଦାନ ପ୍ରସଂଗରେ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୩୧କୁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ସୋହନ ମିଶ୍ରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe