ପ୍ରାଥମିକ ସ୍କୁଲ୍‌ରେ ମୌଳିକ ସୁବିଧା ପ୍ରସଙ୍ଗ: ଅଧିକାଂଶ ସ୍କୁଲରେ ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକ ନାହାନ୍ତି

Advertisment

ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ମୌଳିକ ସୁବିଧା ସଂପର୍କରେ ସବୁ ତଥ୍ୟ ସରକାର ସତ୍ୟପାଠ ସହିତ ଦାଖଲ କରି ନାହାନ୍ତି।  ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ତରଫରୁ ଦାଖଲ ସତ୍ୟପାଠରେ...

ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ମୌଳିକ ସୁବିଧା ସଂପର୍କରେ ସବୁ ତଥ୍ୟ ସରକାର ସତ୍ୟପାଠ ସହିତ ଦାଖଲ କରି ନାହାନ୍ତି।  ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ତରଫରୁ ଦାଖଲ ସତ୍ୟପାଠରେ...

ସ୍କୁଲ ମିଶ୍ରଣ ସପକ୍ଷରେ ସରକାରଙ୍କ ଯୁକ୍ତି: ଜନହିତ, ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ‌ଉଦ୍ଦିଷ୍ଟ

କଟକ: ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ମୌଳିକ ସୁବିଧା ସଂପର୍କରେ ସବୁ ତଥ୍ୟ ସରକାର ସତ୍ୟପାଠ ସହିତ ଦାଖଲ କରି ନାହାନ୍ତି।  ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ତରଫରୁ ଦାଖଲ ସତ୍ୟପାଠରେ ୪୭ ହଜାର ୩୧୦ ସ୍କୁଲରୁ ମାତ୍ର ୨୪ ହଜାର ୬୩୩ଟି ସ୍କୁଲରେ ରହିଥିବା ମୌଳିକ ସୁବିଧା ପ୍ରସଂଗରେ ଉଲ୍ଲେଖ କରାଯାଇଛି। ଏହି ସତ୍ୟପାଠରେ ଯେଉଁ ସ୍କୁଲଗୁଡ଼ିକର ତଥ୍ୟ ଦିଆଯାଇଛି ସେଥିରୁ ବହୁ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟର ସମସ୍ତ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ସଂଖ୍ୟା, ମୌଳିକ ସୁବିଧା ପ୍ରସଂଗରେ ତଥ୍ୟ ୱେବ୍‌ସାଇଟ୍‌ରେ ଉପଲବ୍ଧ ନାହିଁ। ଆଜି ପ୍ରାଥମିକ ସ୍କୁଲରେ ମୌଳିକ ସୁବିଧା ସଂପର୍କିତ ଜନସ୍ବାର୍ଥ ମାମଲାର ହାଇକୋର୍ଟରେ ଶୁଣାଣି ସମୟରେ ଆମିକସ୍ କ୍ୟୁରି ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ଏପରି ତଥ୍ୟ ଉପସ୍ଥାପନ କରିଥିଲେ। ‌ସରକାରଙ୍କ ସତ୍ୟପାଠରେ ଦିଆଯାଇଥିବା ତଥ୍ୟରୁ ପ୍ରାଥମିକ ସ୍କୁଲଗୁଡ଼ିକରେ ସମସ୍ତ ଆବଶ୍ୟକ ମୌଳିକ ସୁବିଧା ନଥିବା ସ୍ପଷ୍ଟ ହୋଇଛି ବୋଲି ଆମିକସ୍‌ କ୍ୟୁରି ଦର୍ଶାଇଥିଲେ। ରାଜ୍ୟ ସରକାରଙ୍କ ସତ୍ୟପାଠରେ ରହିଥିବା ବିବରଣୀର ବାସ୍ତବତା ଯାଞ୍ଚ କରି ତଥୢ ଦାଖଲ ପାଇଁ ଆମିକସ୍‌ କ୍ୟୁରିଙ୍କୁ ହାଇକୋର୍ଟ ୩ ସପ୍ତାହ ମହଲତ ପ୍ରଦାନ କରିଛନ୍ତି। ଜାନୁଆରି ୨୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟ ଆଇନସେବା କମିଟି ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

୪୭ ହଜାରରୁ ୨୪ ହଜାର ସ୍କୁଲ୍‌ର ତଥ୍ୟ ଦାଖଲ 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରାଥମିକ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀ ସଂଖ୍ୟା, ଶିକ୍ଷକ, ମୌଳିକ ସୁବିଧା ତଥ୍ୟ ନିର୍ଦ୍ଦିଷ୍ଟ ଫର୍ମାଟ୍‌(ସୂଚନା ଲିପିବଦ୍ଧ କରିବା ଶୈଳୀ)ରେ ସରକାର ସାର୍ବଜନୀନ କରିବେ ବୋଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଏ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ରାଜ୍ୟର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ନାହିଁ ବୋଲି ଅଭିଯୋଗ ହୋଇଥିଲା। ସ୍କୁଲରେ ପିଇବା ପାଣି, ଛାତ୍ର ଓ ଛାତ୍ରୀଙ୍କ ପାଇଁ ପୃଥକ୍‌ ପାଇଖାନା, ବିଭିନ୍ନ ଶ୍ରେଣୀ ପାଇଁ ପୃଥକ୍‌ କ୍ଲାସରୁମ୍, ବେଞ୍ଚ-ଡେସ୍କ, ବଦ୍ୟୁତ ସଂ‌ଯୋଗ, ଖେଳପଡ଼ିଆ, ଆବଶ୍ୟକ ସଂଖ୍ୟକ ଶିକ୍ଷକ/ଶିକ୍ଷୟିତ୍ରୀ ନାହାନ୍ତି ବୋଲି ଆମିକସ୍‌ କ୍ୟୁରିଙ୍କ ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଥିଲା। ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗଣଶିକ୍ଷା ବିଭାଗ ସଚିବ ଏକ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବେ। ସ୍କୁଲଗୁଡିକର ମରାମତି, ଉନ୍ନୟନ କାର୍ଯ୍ୟ, ମୌଳିକ ସୁବିଧା ପ୍ରଦାନ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସଂପାଦନ ପାଇଁ ଏହି ଆକ୍ସନ୍‌ ପ୍ଲାନ କରାଯିବ। ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ସବୁ ଜିଲ୍ଲାରେ ଉପରୋକ୍ତ ମୌଳିକ ସୁବିଧା ଉଚ୍ଚପ୍ରାଥମିକ ଓ ପ୍ରାଥମିକ ସ୍କୁଲ ଗଡ଼ିକରେ ସୁନିଶ୍ଚିତ କରାଯିବ ବୋଲି ହାଇକୋର୍ଟ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe