ଦାଦନ ଶ୍ରମିକଙ୍କ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଜବାବ ଦାଖଲ, କେନ୍ଦ୍ରକୁ ମହଲତ

Advertisment
ଦାଦନ ଶ୍ରମିକଙ୍କ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଜବାବ ଦାଖଲ, କେନ୍ଦ୍ରକୁ ମହଲତ

La Prensa Latina

କଟକ : ଦାଦନ ଶ୍ରମିକଙ୍କ ପ୍ରସଂଗକୁ ନେଇ ବିଚାରାଧୀନ ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ମାମଲାରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାର ପୁଣି ସମୟ ଲୋଡ଼ିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ତିନି ସପ୍ତାହ ଭିତରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଆବେଦନକାରୀ ଚାହିଁଲେ କେନ୍ଦ୍ର ସରକାର ଦାଖଲ କରିବାକୁ ଥିବା ଜବାବ ଉପରେ ପ୍ରତିଜବାବ ଦାଖଲ ପରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୨, ଫେବ୍ରୁଆରି ୧୬କୁ ଧାର୍ଯ୍ୟ କରାଯାଇଛି। ଆଇନଜୀବୀ ମୃଣାଳିନୀ ପାଢୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ଆଦେଶ ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ଦାଦନ ଶ୍ରମିକଙ୍କ ପ୍ରସଂଗକୁ ନେଇ ଏହି ମାମଲା ରୁଜୁ ହୋଇଥିଲା। ୨୦୨୦, ଜୁଲାଇ ୩‌୧ରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ସଂକ୍ରାନ୍ତରେ ଆବେଦନକାରୀ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କେତେ ଦୂର କାର୍ଯ୍ୟକାରୀ ହୋଇଛି ସେ ନେଇ ପକ୍ଷ ରଖିବାକୁ ହାଇକୋର୍ଟ ଅକ୍ଟୋବର ୫ରେ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କରୋନା ସଂକ୍ରମଣ ସ୍ଥିତିରେ ୨୦୨୦, ମାର୍ଚ୍ଚ ମାସରୁ ସାରା ଦେଶରେ ଲକ୍ ଡାଉନ ଓ ସଟ୍ ଡାଉନ କରାଯାଇଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଗୁରୁତର ସମସ୍ୟା ଦେଖା ଦେଇଥିଲା। ଏହି ପ୍ରସଂଗରେ ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe