ଇଂଜିନିୟରିଂ ସିଟ୍ ପୂରଣ ପାଇଁ ପ୍ରବେଶିକା ପରୀକ୍ଷା ପ୍ରସଂଗ: ହାଇକୋର୍ଟଙ୍କ ଜବାବ ତଲବ

Advertisment
ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଶ୍ବସ୍ତି: ନିର୍ବାଚନୀ ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

Image Courtesy of The New Indian Express

କଟକ : ରାଜ୍ୟର ବିଭିନ୍ନ ଘରୋଇ ଇଞ୍ଜିନିୟରିଂ କଲେଜରେ ଖାଲିପଡିଥିବା ସିଟ୍‌ରେ ନାମଲେଖା ପ୍ରସଂଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଷ୍ଟେଟ୍ କୋଟା ଅଧୀନରେ ଖାଲି ପଡିଥିବା ଇଂଜିନିୟରିଂ ପାଠ୍ୟକ୍ରମର ସିଟ୍ ପୂରଣ ପାଇଁ ଦ୍ବିତୀୟ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ପ୍ରସଂଗ ନେଇ ଦାୟର ମାମଲାରେ ପକ୍ଷ ରଖିବାକୁ ଏଆଇସିଟିଇ, ଓଜେଇଇ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଜେ. ସିଂହ ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ପ୍ରାଇଭେଟ୍ ଇଂଜିନିୟରିଂ କଲେଜ ଆସୋସିଏସନ୍(ଓପେକା) ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୪କୁ ଧାର୍ଯ୍ୟ କରାଯାଇଛି।

ଦାୟର ଆବେଦନରେ ଦର୍ଶାଯାଇଛି ଯେ କରୋନା ସଂକ୍ରମଣ ସ୍ଥିତି ଯୋଗୁଁ ବହୁ ଯୋଗ୍ୟ ଛାତ୍ରଛାତ୍ରୀ ପ୍ରଥମ ପ୍ରବେଶିକା ପରୀକ୍ଷା ଦେଇ ପାରି ନଥିଲେ। ଫଳରେ ମେଧାବୀମାନେ ନାମଲେଖାରୁ ବଞ୍ଚିତ ହୋଇଥିଲେ। ଅନ୍ୟପକ୍ଷରେ ବହୁ ଇଂଜିନିୟରିଂ ସିଟ୍ ଷ୍ଟେଟ୍ କୋଟା ଅଧୀନରେ ଖାଲିପଡ଼ିଛି। ଏଭଳି ସ୍ଥିତିରେ ଏହି ସବୁ ସିଟ୍ ପୂରଣ ପାଇଁ ଦ୍ବିତୀୟ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ପାଇଁ ଅନୁମତି ଦିଆଯାଉ ବୋଲି ମାମଲାରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe