୪ ମାସର ପିଡିଏସ୍‌ ସାମଗ୍ରୀ ମିଳିନି, ପଞ୍ଚାୟତ ଅଫିସ୍‌ରେ ଏବିଡିଓ ଓ ଅନ୍ୟ ଅଧିକାରୀଙ୍କୁ ତାଲା ପକାଇଲେ ହିତାଧିକାରୀ

୪ ମାସର ପିଡିଏସ୍‌ ସାମଗ୍ରୀ ମିଳିନି, ପଞ୍ଚାୟତ ଅଫିସ୍‌ରେ ଏବିଡିଓ ଓ ଅନ୍ୟ ଅଧିକାରୀଙ୍କୁ ତାଲା ପକାଇଲେ ହିତାଧିକାରୀ

କୋମନା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ରଜନା ପଞ୍ଚାୟତରେ ଗତ ସେପ୍ଟେମ୍ବରରୁ ଡିସେମ୍ୱର ପର୍ଯ୍ୟନ୍ତ ୪ ମାସର ଚାଉଳ ହିତାଧିକାରୀଙ୍କୁ ମିଳିନି। ଫଳରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଚାଉଳ ପ୍ରଦାନ ଦାବିରେ ସରପଞ୍ଚ ଓ ପିଇଓଙ୍କୁ ପଞ୍ଚାୟତରେ ଅଟକ ରଖି ଅଫିସ୍‌​ରେ ତାଲା ପକାଇଛନ୍ତି।

ଏବିଡିଓ ଭକ୍ତବନ୍ଧୁ ବୁଡ଼େକ ଓ ଜିପିଇଓ ଚିନ୍ମୟ ପାଢ଼ୀ କାର୍ଯ୍ୟାଳୟରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ କିଛି ଶୁଣିନଥିଲେ। ଏଥିସହ ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ମଧ୍ୟ ଅଟକ ରଖି ତାଲା ପକାଇ ରଖିଥିଲେ। ପରେ ବୋଡ଼େନ ପୁଲିସ୍ ପହଞ୍ଚି ତାଲା ଖୋଲି ସମସ୍ତଙ୍କୁ ବାହାର କରିଥିଲେ। ତେବେ ପ୍ରଶାସନ ପକ୍ଷରୁ ବାକିଥିବା ଚାଉଳ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ହିତାଧିକାରୀ ଆନ୍ଦୋଳନକୁ ଓହରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe