ଆର୍‌ଆଇ ପଦବିରେ ନିଯୁକ୍ତି ପ୍ରସଂଗ: କ୍ରୀଡାବିତ ବର୍ଗ ପାଇଁ ସାନି ବିଜ୍ଞପ୍ତି

Advertisment
ଆର୍‌ଆଇ ପଦବିରେ ନିଯୁକ୍ତି ପ୍ରସଂଗ: କ୍ରୀଡାବିତ ବର୍ଗ ପାଇଁ ସାନି ବିଜ୍ଞପ୍ତି

Sambalpur Diary

କଟକ : ହାଇକୋର୍ଟଙ୍କ ନୋଟିସ୍ ପରେ ରାଜସ୍ବ ନିରୀକ୍ଷକ (ଆରଆଇ) ପଦ ପାଇଁ କ୍ରୀଡ଼ାବିତ୍‌ ବର୍ଗ (ସ୍ପୋର୍ଟସ୍ କୋଟା)ରେ ନୂଆ ପ୍ରାର୍ଥୀଙ୍କୁ ସ୍କିଲ ଟେଷ୍ଟ ପାଇଁ ଡକାଯାଇଛି। ଉପଯୁକ୍ତ ଯୋଗ୍ୟତା ନଥିବା ପ୍ରାର୍ଥୀଙ୍କୁ ଏହି ବର୍ଗରେ ସ୍କିଲ୍‌ ଟେଷ୍ଟ ଲାଗି ପୂର୍ବରୁ ଡକାଯାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ହାଇକୋର୍ଟ ଏ ନେଇ ନୋଟିସ୍ ଜାରି କରି କମିସନ୍ ଓ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ। ଏହାପରେ କମିସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଏହି ବର୍ଗ ଲାଗି ଅନୁଷ୍ଠିତ ହେବାକୁ ଥିବା ସ୍କିଲ ଟେଷ୍ଟ ଲାଗି ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀଙ୍କ ସାନି ତାଲିକା ପ୍ରକାଶ ପାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଜୁନ୍ ୨୨ରେ ୫୮୬ ଆରଆଇ ପଦରେ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୭ଟି ପଦବି କ୍ରୀଡାବିତ ବର୍ଗରେ ସଂରକ୍ଷିତ ଥିବା ବେଳେ ୨୨ଜଣ ଲିଖିତ ପରୀକ୍ଷା ପରେ ସ୍କିଲ ଟେଷ୍ଟ ପାଇଁ ମନୋନୀତ ହୋଇଥିଲେ। ସ୍କିଲ ଟେଷ୍ଟରେ ୧୩ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇଥିଲା। କିନ୍ତୁ ଫଳ ପ୍ରକାଶ ପରେ ଏହି ୧୩ ଜଣଙ୍କ ମଧ୍ୟରୁ ଜଣେ ବି ଯୋଗ୍ୟତା ତାଲିକାରେ ନଥିଲେ। ଡକ୍ୟୁମେଣ୍ଟ ଯା‌ଞ୍ଚ ପର୍ଯ୍ୟାୟରେ ଏହି ପ୍ରାର୍ଥୀମାନେ କଟି ଯାଇଥିଲେ। ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ କ୍ରୀଡାବିତଙ୍କୁ ଜାରି କରାଯାଇଥିବା ପରିଚୟପତ୍ର ନଥିବାରୁ ଏହି ପ୍ରାର୍ଥୀ ସବୁ ବାଦ ପଡି ଥିଲେ ବୋଲି ଜଣାପଡ଼ିଥିଲା। କ୍ରୀଡ଼ାବିତ ବର୍ଗ ପାଇଁ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ସ୍କିଲ ଟେଷ୍ଟ ଲାଗି ଚୟନ କରାଯାଇ ନଥିବା ଅଭିଯୋଗ ହୋଇଥିଲା। ଯୋଗ୍ୟ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯାଉ ବୋଲି ଦର୍ଶାଇ କେତେକ ପ୍ରାର୍ଥୀ ଆଇନଜୀବୀ ସୁରଭି ମହାନ୍ତିଙ୍କ ଜରିଆରେ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe