ଅବସର ପୂର୍ବରୁ ଉପନିର୍ଦେଶକଙ୍କ ନିର୍ଦେଶନାମା: ଅଣସଂରକ୍ଷିତ ପଦରେ ସଂରକ୍ଷିତ କର୍ମଚାରୀ ପାଇବେ ପଦୋନ୍ନତି

Advertisment

ଅଣସଂରକ୍ଷିତ କର୍ମଚାରୀଙ୍କ ଅସନ୍ତୋଷ

ଅଣସଂରକ୍ଷିତ କର୍ମଚାରୀଙ୍କ ଅସନ୍ତୋଷ

ଅବସର ପୂର୍ବରୁ ଉପନିର୍ଦେଶକଙ୍କ ନିର୍ଦେଶନାମା: ଅଣସଂରକ୍ଷିତ ପଦରେ ସଂରକ୍ଷିତ କର୍ମଚାରୀ ପାଇବେ ପଦୋନ୍ନତି

Ommcom News

ଭୁବନେଶ୍ବର : ଅନୁସୂଚିତ ଜାତି-ଜନଜାତି କର୍ମଚାରୀ ଅଣସଂରକ୍ଷିତ ପଦ ପାଇଁ ମଧ୍ୟ ପଦୋନ୍ନତି ପାଇପାରିବେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ୫୦ ପ୍ରତିଶତ ସଂରକ୍ଷିତ ନୀତିକୁ ଏଥିରୁ ବାଦ ଦିଆଯିବ। ଅନୁସୂଚିତ ଜାତି-ଜନଜାତି ବିଭାଗର ଉପନିର୍ଦେଶକ ଶେଷଦେବ ବେହେରା ଏସଂକ୍ରାନ୍ତରେ ନିର୍ଦେଶନାମା ଜାରି କରିଛନ୍ତି। ଅବସରର ଠିକ ପୂର୍ବରୁ ସେ ଏହି ନିର୍ଦେଶ ଜାରି କରିବା ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ହରଡ଼ଘଣା ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଖାଲିଥିବା ଡେସ୍କ ଅଫିସର ୩୦୦ ପଦ ପୂରଣ ଆଲୋଚନା ପାଇଁ ଶୁକ୍ରବାର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ବୈଠକ ହେବ। ବିଭିନ୍ନ ବିଭାଗର ସେକ୍ସନ ଅଫିସର ଏହି ପଦୋନ୍ନତି ପାଇବେ। ଏହାକୁ ଦୃଷ୍ଟିରେ ରଖି ସଂରକ୍ଷଣ ନିୟମରେ ପଦୋନ୍ନତି ପାଇଥିବା ଅନୁସୂଚିତ ଜାତି ବର୍ଗର ଅଧିକାରୀମାନେ ଅଣସଂରକ୍ଷିତ ପଦରେ ନିଯୁକ୍ତି ପାଇଁ ଦାବି କରି ଆସୁଛନ୍ତି। ସରକାରଙ୍କ ଗୃହ ବିଭାଗ ସେମାନଙ୍କ ଦାବିକୁ ଗ୍ରହଣ କରିବା ନେଇ ଆଶା କରାଯାଉଛି। ଏଥିପୂର୍ବରୁ ୨୦୧୦ ମସିହାରେ ସଂରକ୍ଷିତ ବର୍ଗର ଡେସ୍କ ଅଧିକାରୀ ଅଣସଂରକ୍ଷିତ ଉପସଚିବ ପଦରେ ପଦୋନ୍ନତି ପାଇଁ ଦାବି କରିଥିଲେ। ସେତେବେଳେ ଏହାକୁ ସରକାର ଅନୁମୋଦନ ଦେଇଥିଲେ। ବର୍ତ୍ତମାନ ସ୍ଥିତିରେ ସରକାର କ’ଣ ପଦକ୍ଷେପ ନେବେ ତାହା ସ୍ପଷ୍ଟ ନୁହେଁ। ସୂତ୍ର ଅନୁସାରେ, ଆଇନ ବିଭାଗ ଅନୁଧ୍ୟାନ କରି ସବୁ ବର୍ଗର ପ୍ରତିନିଧିତ୍ବ ସମ୍ପର୍କରେ ଅବଗତ ହେବା ପାଇଁ କ୍ୟାଡରକୁ ଏକ ୟୁନିଟ ଭାବରେ ଗ୍ରହଣ କରିବ। ଯେଭଳି ୫୦ ପ୍ରତିଶତ ପ୍ରତିନିଧିତ୍ବ ଅତିକ୍ରାନ୍ତ ହୋଇ ନପାରିବ ତାହା ଦେଖିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe