ଦ୍ୱିତୀୟ ଦିନରେ ଇଜ୍‌ତମା : ଯୋଗଦେଲେ ଲକ୍ଷାଧିକ ମୁସଲମାନ ଭାଇ

Advertisment
ଦ୍ୱିତୀୟ ଦିନରେ ଇଜ୍‌ତମା : ଯୋଗଦେଲେ ଲକ୍ଷାଧିକ ମୁସଲମାନ ଭାଇ

ନିଆଳି : କଟକ ଜିଲ୍ଲାର ନିଆଳିରେ ଆରମ୍ଭ ହୋଇଥିବା ନିଖିଳ ଉତ୍କଳ ଓଡ଼ିଶା ଇଜ୍‌ତମା ପାଇଁ ଗାହା ପଡ଼ିଆ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ଆଜି ଦ୍ଵିତୀୟ ଦିନରେ ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ମୁସଲମାନ ଭାଇମାନେ ଏଠାରେ ପହଞ୍ଚିଛନ୍ତି। ଆଜି ସନ୍ଧ୍ୟାଠାରୁ ଗାହା ପଡ଼ିଆକୁ ପଡ଼ିଥିବା ବିଭିନ୍ନ ରାସ୍ତାରେ ଭିଡ଼ ଲାଗିରହିଛି। ଅପରପକ୍ଷେ ନିଆଳି-ଫୁଲନଖରା ରାସ୍ତାର ନୂଆଗାଁ ଛକଠାରୁ ମଝିଖଣ୍ଡ ଛକ ପର୍ଯ୍ୟନ୍ତ ରାସ୍ତାରେ ଭିଡ଼ ଲାଗିରହିଥିବା ବେଳେ ସ୍ୱେଚ୍ଛାସେବୀ ଓ ପୁଲିସକୁ ଭିଡ଼ ସମ୍ଭାଳିବାକୁ ନାକେଦମ ହେବାକୁ ପଡ଼ିଛି। ତେବେ ଆଜି ବିଭିନ୍ନ ସମୟରେ ପ୍ରାର୍ଥନା ସଭା ସହ ଧର୍ମ ସଂପର୍କିତ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ଇଜ୍‌ତମା ଶେଷ ହେବାକୁ ଯାଉଥିବା ବେଳେ ଦେଢ଼ଲକ୍ଷ ଲୋକଙ୍କର ସମାଗମ ହେବା ସମ୍ଭାବନା ଦେଖାଦେଇଛି। ଏହି ଧାର୍ମିକ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଶିବିର ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଦିବସର ବିଭିନ୍ନ ସମୟରେ ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ରବୀନ୍ଦ୍ର ମଲ୍ଲିକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସରୋଜ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଷଡ଼ଙ୍ଗୀ, ପିସିସି ସଭ୍ୟ ଶଶୀକାନ୍ତ ଲେଙ୍କା ପ୍ରମୁଖ ପରିଦର୍ଶନ କରିଥିଲେ। ଆଜି ପ୍ରାର୍ଥନା ସଭାରେ ଲକ୍ଷ୍ୟାଧିକ ମୁସଲମାନ ଭାଇ ଏକତ୍ର ପ୍ରାର୍ଥନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe