୩ ମାସ ହେଲା ଘଟଗାଁ ବସଷ୍ଟାଣ୍ଡ ଶୌଚାଳୟରେ ତାଲା

Advertisment
୩ ମାସ ହେଲା ଘଟଗାଁ ବସଷ୍ଟାଣ୍ଡ ଶୌଚାଳୟରେ ତାଲା

ଘଟଗାଁ : ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଘଟଗାଁ ବସଷ୍ଟାଣ୍ଡ ଶୌଚାଳୟଟି ନଷ୍ଟ ଅବସ୍ଥାରେ ରହିଛି। ଫଳରେ ଦୀର୍ଘ ୩ ବାସ ହେବ ଏଥିରେ ତାଲା ଝୁଲୁଛି।  ମୁକୁନ୍ଦପୁରପାଟଣା ପଞ୍ଚାୟତ ତରଫରୁ ଦ୍ବାଦଶ ଅର୍ଥ କମିଶନ ଅନୁଦାନରେ ଶୌଚାଳୟ ନିର୍ମାଣ କରାଯାଇଥିଲା। ୨୦୦୯ ମସିହାରେ ତତ୍କାଳୀନ  ବିଡିଓ ରତ୍ନାକର ସିଂହଙ୍କ ଉଦ୍ୟମରେ ମା’ ତାରିଣୀ ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ଓ ବସଯାତ୍ରୀଙ୍କ ସ୍ନାନଶୌଚ ପାଇଁ ଏହା ଉପଯୋଗୀ ହୋଇପାରିଥିଲା। ତତ୍କାଳୀନ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ   ବଦ୍ରିନାରାୟଣ ପାତ୍ର ଏହାକୁ ଉଦ୍‌ଘାଟନ କରିଥିଲେ।  ବର୍ତମାନର ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ଏଥିରେ ବହୁ ସହଯୋଗ କରିଥିଲେ।  ୩ ମାସ ହେଲା ତାଲା ପଡିଥିବାରୁ ଶ୍ରଦ୍ଧାଳୁ ଓ ବସଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମରାମତି ଆବଶ୍ୟକ ଦୃଷ୍ଟିରୁ ଗତ ବର୍ଷରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ପାଇଁ ପଞ୍ଚାୟତ ତରଫରୁ ପ୍ରସ୍ତାବ ମଞ୍ଜୁର ହୋଇଛି।  ଖାଲି ସେତିକି ନୁହେଁ ଏଥି ପାଇଁ ଫାଇଲ ଖୋଲାଯାଇ କନିଷ୍ଠ ଯନ୍ତ୍ରୀଙ୍କୁ କାର୍ଯ୍ୟକରିବା ପାଇଁ ପଠାଯାଇଛି। ମାତ୍ର ଆଜିଯାଏ କାମ ତ ଦୂରର କଥା କନିଷ୍ଠ ଯନ୍ତ୍ରୀ ଏହି ଶୌଚାଳୟ ବିଦ୍ୟୁତ ଲାଇନ କାଟି ଦିଆଯାଇଛି।  ଏଠାରେ ନିୟୋଜିତ ସୁଇପରକୁ ମଧ୍ୟ ତାର ମାସିକ ପାଉଣା ଦିଆଯାଉ ନାହିଁ।

ଏନେଇ ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କୁ ଯୋଗା ଯୋଗ କରିବାରୁ ସେ କହିଥିଲେ ଯେ ଏହାର ମରାମତି ଆବଶ୍ୟକ ଥିବାରୁ ପଞ୍ଚାୟତ ବୈଠକରେ ଏକ ପ୍ରସ୍ତାବ ଅନୁମୋଦିତ ହୋଇଛି।  ଦୁଇଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯିବା ସହିତ ଏହା ମଞ୍ଜୁର ‌ବି ହୋଇଛି। ୨୦୨୧–୨୨ ବର୍ଷ ରେ ଏଥିପାଇଁ ଫାଇଲ ମଧ୍ୟ ଖୋଲାଯାଇଥିଲା।  ମାତ୍ର ଦୀର୍ଘ ଏକ ବର୍ଷ ପୂରିଲାଣି କନିଷ୍ଠ ଯନ୍ତ୍ରୀ ଜଣକ ଏଷ୍ଟିମେଟ ଦେଉନାହାଁନ୍ତି କି ଲେ ଆଉଟ ଦେଉ ନାହାଁନ୍ତି। ଫଳରେ କାମ ହୋଇପାରୁ ନାହିଁ। ଏ ନେଇ ବିଡିଓଙ୍କ ମଧ୍ୟ ସାକ୍ଷାତ କରି ତୁରନ୍ତ ପଦକ୍ଷେପ ନେବାପାଇଁ  ଅନୁରୋଧ କରିଥିବା ଶ୍ରୀମତୀ ଦେହୁରି କହିଥିଲେ।

ପଞ୍ଚାୟତ ନିର୍ବାହୀ ଅଧିକାରୀ ରୋହିତ ମହାନ୍ତଙ୍କୁ ପଚାରିବାରୁ  ସେ  ଫାଇଲ ଖୋଲାଯାଇଥିବା କଥାକୁ ସ୍ବୀକାର କରିଥିଲେ। କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତଙ୍କୁ ପଚାରିବାରୁ  ସେ ଫାଇଲ ଖୋଲାଯାଇଥିବା କହିଥିଲେ। ମାତ୍ର ତାଙ୍କ ପାଖକୁ ଆସିନାହିଁ। ବିଡିଓ ନାରାୟଣ ସାହୁଙ୍କୁ ପଚାରିବାରୁ ସେ ଏହା ପଞ୍ଚାୟତର ସମ୍ପତ୍ତି। ସେ କାହିଁକି ଖୋଲୁନାହାଁନ୍ତ। ମରାମତି ଦରକାର ଥିଲେ ଖର୍ଚ୍ଚ କରିପାରିବେ।  ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଏହାର ମରାମତି ପାଇଁ‌ କହିବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe