୫ ଦିନ ହେଲା ହଷ୍ଟେଲରୁ ୩ ଛାତ୍ର ଗାଏବ

Advertisment
୫ ଦିନ ହେଲା ହଷ୍ଟେଲରୁ ୩ ଛାତ୍ର ଗାଏବ

OdishaTV

ବଡ଼ବିଲ:  ବଡ଼ବିଲ ପୌରାଞ୍ଚଳ ୬  ନମ୍ବର ୱାର୍ଡ ଗୁରୁଦ୍ବାରା ଛକଠାରେ ଥିବା ସରକାରୀ ୟୁପି ସ୍କୁଲ ହଷ୍ଟେଲରେ ରହି ଅଧ୍ୟୟନ କରୁଥିବା ୩ ଜଣ ଛାତ୍ର ଗତ ୧୦ ତାରିଖରୁ ହଷ୍ଟେଲରୁ ଫେରାର ହୋଇଛନ୍ତି। ‌ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି।

ଖବର ଅନୁଯାୟୀ ୧୦ ତାରିଖ ଠାରୁ  ବିଦ୍ୟାଳୟର ଛାତ୍ରାବାସରେ ରହି ଅଧ୍ୟୟନ କରୁଥିବା ୩  ଜଣ ଛାତ୍ର କେଉଁଆଡେ ଚାଲିଯାଇଥିଲେ।  ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଙ୍କ ପରିବାର ଲୋକଙ୍କୁ କୌଣସି ସୂଚନା ଦେଇ ନଥିବାବେଳେ ଥାନାରେ ମଧ୍ୟ କୌଣସି ଲିଖିତ ଅଭିଯୋଗ କରାଯାଇ ନଥିବା  ପରିବାର ଲୋକେ ଆଶଙ୍କା ପ୍ରକଟ କରିଛନ୍ତି।  ପୁତ୍ର ନିଖୋଜରେ ଅଭିଭାବକ ଆଶଙ୍କା ଭିତରେ ରହୁଥିବା ବେଳେ ୪ ଦିନ ବିତିଯାଇଥିଲେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇ ନାହିଁ।

ଏହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିତଇଲେ ଯେ ସେମାନେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ। କେଉଁ ଆଡ଼େଯାଇ ଥିବେ। ଆଉଦିନେ ଦୁଇଦିନ ଅପେକ୍ଷା କରିବା, ଯଦି ନମିଳିବେ ତେବେ ଥାନାରେ ଅଭିଯୋଗ କରାଯିବ ବୋଲି ସେ କହିଥିଲେ। ବିଦ୍ୟାଳୟର କେତେ ଛାତ୍ର କେବେଠାରୁ ନିଖୋଜ ଅଛନ୍ତି ସେ ପ୍ରଶ୍ନର ଉତ୍ତରରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୌଣସି ସୂଚନା ଦେବାକୁ ପ୍ରସ୍ତୁତ ନଥିଲେ। ନିଖୋଜ ଛାତ୍ରଙ୍କ ପାଇଁ ପ୍ରଧାନ ଶିକ୍ଷୟତ୍ରୀ ଥାନାରେ କାହିଁକି ଅଭିଯୋଗ କରୁ ନାହାନ୍ତି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe