୨୦୨୩ ସୁଦ୍ଧା ନୃସିଂହନାଥ ଉନ୍ନୟନ କାମ ସାରିବାକୁ ଗୁରୁତ୍ବ

Advertisment
୨୦୨୩ ସୁଦ୍ଧା ନୃସିଂହନାଥ ଉନ୍ନୟନ କାମ ସାରିବାକୁ ଗୁରୁତ୍ବ

ବରଗଡ଼: ବରଗଡ଼ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଗଂଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଥିଲେ। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦିଆଯାଇଛି। ଏହାପରେ ସୋହେଲା, ଅମ୍ବାଭୋନା, ପାଇକମାଳ ଏବଂ ପଦ୍ମପୁର ବ୍ଲକ୍‌ ଗସ୍ତ କରିଥିଲେ। ସୋହେଲା ବ୍ଲକ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହିତ ଶିଶୁ ଓ ମାତୃ ମଙ୍ଗଳ କେନ୍ଦ୍ରର ନୂତନ କୋଠାର କାର୍ଯ୍ୟ ସମୀକ୍ଷା କରିଥିଲେ। ସେଠାରେ ଦୁର୍ଗାମନ୍ଦିର ଓ ବୀରେନ ବାବାଙ୍କ ସାଧନା କୁଟୀର ପରିଦର୍ଶନ କରିଥିଲେ।

ହଳଦୀପାଲିଠାରେ ଏସ୍‌ଏଚ୍‌ଜି ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା କରି ସରକାରୀ ଯୋଜନାଗୁଡ଼ିକରୁ ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ। ଭଟଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅମ୍ବାଭୋନା ବ୍ଲକ୍‌ର କୁରୁମକେଲଠାରେ ନୂତନ ଭାବରେ ବସତି ସ୍ଥାପନ କରିଥିବା କଲୋନିକୁ ପରିଦର୍ଶନ କରି ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରେ ବି ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ। ପାଇକମାଳଠାରେ ନୃସିଂହନାଥ ପୀଠ ପରିଦର୍ଶନ କରିବା ସହ ସେ ୨୦୨୩ ଶେଷ ସୁଦ୍ଧା ଉନ୍ନୟନ କାମ ଶେଷ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେହି ଅବଧି ଭିତରେ ଦେବଦର୍ହା ପୀଠର କାମ ବି ସରିଯିବ ବୋଲି ସେ କହିଥିଲେ। କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିଦର୍ଶନ କରି ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଅନାଥାଶ୍ରମର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ପଦ୍ମପୁରର ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ସମାବେଶରେ ‌ ଯୋଗ ଦେଇ ସଚିବ ଶ୍ରୀ ପାଣ୍ଡିଆନ୍‌ ଉଦ୍‌ବୋଧନ ଦେଇଥିଲେ। ସେଠାରୁ ସେ ଭୁବନେଶ୍ବର ଫେରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe