ଜଳବାୟୁ ନେଇ ସାଧାରଣ ଲୋକଙ୍କ ଜ୍ଞାନ ବୃଦ୍ଧି କରିବା ଜରୁରୀ: ମୌତୁଷୀ ସେନଗୁପ୍ତା

ଜଳବାୟୁ ପରିବର୍ତ୍ତନ ଦ୍ରୁତ ଗତିରେ ଜାରି ରହିଥିବବେଳେ ଗୋଷ୍ଠୀ ଏନେଇ ସକାରାତ୍ମକ ଭାବେ ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଗାମୀ ୫ ରୁ ୧୦ ବର୍ଷ ମଧ୍ୟରେ ଏନେଇ ବିଶେଷ କାର୍ଯ୍ୟଧାରା ପ୍ରସ୍ତୁତିର ଆବଶ୍ୟକତା ରହିଛି....

It is important to increase awareness among the general public about climate change: Mautushi Sengupta

It is important to increase awareness among the general public about climate change: Mautushi Sengupta

ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ବୁଧବାର ଏହି ସମ୍ମିଳନୀର ତୃତୀୟ ତଥା ଶେଷ ଦିନର ଚତୁର୍ଥ ଅଧିବେଶନରେ ‘ବିଭିନ୍ନ ଗୋଷ୍ଠୀଙ୍କୁ ଜଳବାୟୁ ବିଜ୍ଞାନ ସହ ଯୋଡ଼ି ସେମାନଙ୍କ ଜ୍ଞାନ ବୃଦ୍ଧି କରିବା’ଶୀର୍ଷକ ଆାଲୋଚନାରେ ୱାନୱାର୍ଲ୍ଡ କୋଲାବ (ଓଡବ୍ଲୁସି)ର ପ୍ରତିଷ୍ଠାତା ମୌତୁଷୀ ସେନଗୁପ୍ତା କହିଲେ, ବିଜ୍ଞାନ ଏବଂ ଗୋଷ୍ଟୀ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି।

ଜଳବାୟୁ ପରିବର୍ତ୍ତନ ଦ୍ରୁତ  ଗତିରେ ଜାରି ରହିଥିବବେଳେ ଗୋଷ୍ଠୀ ଏନେଇ ସକାରାତ୍ମକ ଭାବେ ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଗାମୀ ୫ ରୁ ୧୦ ବର୍ଷ ମଧ୍ୟରେ ଏନେଇ ବିଶେଷ କାର୍ଯ୍ୟଧାରା ପ୍ରସ୍ତୁତିର ଆବଶ୍ୟକତା ରହିଛି।

ତେଣୁ ଗୋଷ୍ଠୀଙ୍କ ସହିତ ଅଭିଜ୍ଞତା ଆଧାରରେ ଯୋଗଯୋଗ କରାଯିବାର ଆବଶ୍ୟକତା ରହିଛି।  ମ୍ୟାପିଂ କେନ୍ଦ୍ରାପଡ଼ା, ଅନୁଗୁଳ ଆଦି ୩ ଜିଲ୍ଲାରେ ଜାରି ରହିଛି। ବୈଜ୍ଞାନିକମାନେ ଗୋଷ୍ଠୀ ସହିତ ଯୋଗାଯୋଗ କରିବା ସହଜ ନୁହେଁ।

ଜଳବାୟୁ ନେଇ ସାଧାରଣ ଲୋକଙ୍କ ଜ୍ଞାନ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ। ଲୋକେ ବ୍ୟବହାର କରୁଥିବା ବୈଦ୍ୟୁତିକ ଉପକରଣ ଦ୍ବାରା କିପରି ଜଳବାୟୁ ଉପରେ ପ୍ରଭାବ ପଡୁଛି ସେନେଇ ସଚେତନ କରାଇବା ଗୁରୁତ୍ବପୂର୍ଣ୍ଣ। ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କୁ ସଚେତନ କରାଇବା ସରକାରଙ୍କ ସହିତ ସମସ୍ତଙ୍କର କର୍ତ୍ତବ୍ୟ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe