ପ୍ରଯୁକ୍ତି ବିଦ୍ୟା ହିଁ ଅର୍ଥନୈତିକ ଅଭିବୃଦ୍ଧିର ମେରୁଦଣ୍ଡ: ପିନାକ ମିଶ୍ର

Advertisment

ଚାଲ ଦେଖମା ଆମର କଳାହାଣ୍ଡି କାର୍ଯ୍ୟକ୍ରମର ୧୩ତମ ଅଧ୍ୟାୟ

ଚାଲ ଦେଖମା ଆମର କଳାହାଣ୍ଡି କାର୍ଯ୍ୟକ୍ରମର ୧୩ତମ ଅଧ୍ୟାୟ

ପ୍ରଯୁକ୍ତି ବିଦ୍ୟା ହିଁ ଅର୍ଥନୈତିକ ଅଭିବୃଦ୍ଧିର ମେରୁଦଣ୍ଡ: ପିନାକ ମିଶ୍ର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଅର୍ଥନୈତିକ ବିକାଶ ପାଇଁ ପ୍ରଯୁକ୍ତି ବିଦ୍ୟା ହିଁ ମେରୁଦଣ୍ଡ ଅଟେ । ତେଣୁ ପ୍ରଯୁକ୍ତି ବିଦ୍ୟାର  ବିକାଶ, ସିଟିଜେନ ଆଡ଼ଭୋକେସି, ମାଟି ମନସ୍କ ଯୁବକମାନଙ୍କୁ ବିକାଶର ସ୍ରୋତରେ ସାମିଲ କରାଗଲେ କଳାହାଣ୍ଡିର ଅଭିବୃଦ୍ଧି ହୋଇପାରିବ ବୋଲି କଟକ ଡିସିପି ପିନାକ ମିଶ୍ର ସମାଚାର ଜଷ୍ଟକ୍ଲିକ ପକ୍ଷରୁ ଆୟୋଜିତ ଚାଲ ଦେଖମା ଆମର କଳାହାଣ୍ଡିର ୧୩ତମ ଅଧ୍ୟାୟରେ ଯୋଗ ଦେଇ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସେ ୪୦ବର୍ଷ ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ କିଭଳି ଭାବରେ ପ୍ରଯୁକ୍ତି ବିଦ୍ୟାର ଆରମ୍ଭ ହୋଇଥିଲା ଓ ବର୍ତ୍ତମାନ ଆମେ ଏଦିଗରେ ଆହୁରି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । କଳାହାଣ୍ଡି ଜିଲ୍ଲାରେ ଉତ୍କେଲା ଏୟାର ଷ୍ଟ୍ରିପକୁ ପୂର୍ଣ୍ଣାଙ୍ଗ କରିବା ସହିତ ଜିଲ୍ଲାରେ ଅଧିକରୁ ଅଧିକ ରେଳ ଚଳାଚଳ କରାଗଲେ ଦେଶର ବିଭିନ୍ନ ସହର ସହିତ ସଂଯୋଗ ହୋଇପାରନ୍ତା । ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ସିଟିଜେନ ଆଡ଼ଭୋକେସିର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆନ୍ଥେମ୍‌ ଗ୍ରୁପ ଅଫ କମ୍ପାନିର ଅଧ୍ୟକ୍ଷ ମାନସ ପଟ୍ଟନାୟକ ଯୋଗ ଦେଇ କଳାହାଣ୍ଡିରେ ଟେକ୍ନୋଲୋଜି ପାର୍କ ସ୍ଥାପନ କରାଯାଇ ଆଇଟିହବ କରାଗଲେ ଜିଲ୍ଲାର ବିକାଶ ହୋଇପାରିବ । କୃଷି ଇକୋ ସିଷ୍ଟମ ଦ୍ବାରା ଚାଷର ବିପଣନ ଆହୁରି ସୁବିଧାଜନକ ହୋଇପାରନ୍ତା ବୋଲି କହିଥିଲେ । ଅତିଥି ଭାବରେ ଯୋଗ ଦେଇ ଏଲଏନଟି ଇନଫୋଟେକ ଲିମିଟେଡର ସଷ୍ଟେନେବେଲେଟି ତଥା ସିଏସଆର ମୁଖ୍ୟ ପ୍ରତିଷ କୁମାର ପଣ୍ଡା ଯୋଗ ଦେଇ କଳାହାଣ୍ଡି ଜିଲ୍ଲାରେ ବିକାଶର ଏବିସିଡି ଆବଶ୍ୟକ ବୋଲି କହିଥିଲେ । ଅଞ୍ଚଳ ଅନୁଯାୟୀ ଭିତ୍ତିଭୂମି, ବ୍ୟବସାୟିକ ନେଟୱାର୍କ, ଜଳବାୟୁ ପରିବର୍ତ୍ତନକୁ ଖାପ ଖୁଆଇଲା ଭଳି ଅର୍ଥନୈତିକ କାର୍ଯ୍ୟକ୍ରମ ଓ ଅତ୍ୟନ୍ତ ଗରିବ ଲୋକଙ୍କ ପାଇଁ କର୍ପୋରେଟ ମାଧ୍ୟମରେ ସିଏସଆର କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ ।

ଅତ୍ୟନ୍ତ ଗରିବ ଓ କୃଷି ଉପରେ ଫୋକସ ଦେବାର ଆବଶ୍ୟକତା ରହିଛି: ପ୍ରତ୍ୟୁଷ ପଣ୍ଡା
ଆଇଟି ହବ ଦ୍ବାରା ହିଁ କଳାହାଣ୍ଡିର ବିକାଶ ହୋଇପାରିବ: ମାନସ ପଟ୍ଟନାୟକ
ଐତିହ୍ୟ ପର୍ଯ୍ୟଟନ ହିଁ କଳାହାଣ୍ଡିର ପରିଚୟ ସୃଷ୍ଟି କରିପାରିବ: ଡ଼. ବାବା ମିଶ୍ର

ଜିଲ୍ଲାରେ ମିଲେଟ, ମକା, କୃଷି ଉତ୍ପାଦକ ସଂସ୍ଥା ଓ ଦାରିଦ୍ରୢ ଦୂରିକରଣ ନିୟନ୍ତ୍ରଣ ସେଲ ଦ୍ବାରା ସମସ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦିଆଗଲେ କଳାହାଣ୍ଡିର ବିକାଶ ହୋଇପାରନ୍ତା ବୋଲି କହିଥିଲେ । ଏହାଦ୍ବାରା ଜିଲ୍ଲା ଦାଦନ ସମସ୍ୟା ଓ ଚାଷୀଙ୍କ ସମସ୍ୟା ଦୂର ହେବା ସହିତ ଉଦ୍ୟୋଗିକ ବିକାଶ ଦିଗରେ ନୂଆ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ପଣ୍ଡା କହିଥିଲେ ।

ବିଶିଷ୍ଟ ଗବେଷକ ତଥା ଐତିହାସିକ ଡ଼. ବାବା ମିଶ୍ର କଳାହାଣ୍ଡି ଜିଲ୍ଲାରେ ଥିବା ଐତିହ୍ୟ ଗୁଡିକୁ ଲୋକ ଲୋଚନକୁ ଆଣିବା ପାଇଁ ହେରିଟେଜ ଫେଷ୍ଟିଭାଲର ଆବଶ୍ୟକତା ରହିଛି ବୋଲି କହିଥିଲେ । ଜିଲ୍ଲାର ଗୁଡହାଣ୍ଡି, ଜାମଗୁଡାପଦର, ବିଲେଇକାନି, ଅସୁରଗଡ, ଖର୍ଲିଗଡ, ବୁଢ଼ିଗଡ, ତେରେସିଙ୍ଗା ସମେତ ବହୁ ଐତିହ୍ୟ ସ୍ଥାନମାନଙ୍କରେ ଅଧିକରୁ ଅଧିକ ପ୍ରତ୍ନତାତ୍ତ୍ବିକ ଖନନ କରାଯାଇ ଗବେଷଣା ହେବା ଆବଶ୍ୟକ । ଖନନ ସ୍ଥାନରେ ମ୍ୟୁଜିୟମ ସ୍ଥାପନ କରାଯିବା ସହିତ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନିଆଯିବା ସହିତ ବିଶ୍ବଐତିହ୍ୟ ଦିବସ ପାଳନ କରାଯିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲୋକ ସଂଗୀତ ଗାୟିକା ନମିତା ମିଶ୍ର କଳାହାଣ୍ଡିଆ ଗୀତ ପରିବେଷଣ କରିଥିଲେ । ପ୍ରଗତି ଗ୍ରୁପ ଅଫ ଇନ୍ସଷ୍ଟିଟ୍ୟୁସନ ଏହି କାର୍ଯ୍ୟକ୍ରମର ନଲେଜ ପାର୍ଟନର ଥିଲେ । ନିରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମରେ ବୈଷୟିକ ସହାୟତା ପ୍ରଦାନ କରିଥିଲେ । ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ବିତ କୁମାର ବିଶି, କପିଲ ନାଗ, ମିଲନ କୁମାର ବିଶି, ଧ୍ୟାନାନନ୍ଦ ପଣ୍ଡା, ଇଂ. ଅଜୟ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe